Below header

ରୁକ୍ମଣୀଙ୍କ ସହିତ କୃଷ୍ଣଙ୍କ ନିଆରା ବିବାହ ଉତ୍ସବ, ଯୋଡ଼ି ମହୁରୀରେ ଫାଟି ପଡିଲା ସମଗ୍ର ଗାଁ

ନିଆରା ବିବାହ ଉତ୍ସବ। ଯୋଡ଼ି ମହୁରୀ ସାଙ୍ଗକୁ ବାଜା ବାଜଣାରେ ବାହାଘର ଅନୁଷ୍ଠିତ ହୋଇଥିବାବେଳେ ଏ ବାହାଘର ଅନ୍ୟ ବାହାଘର ଠାରୁ ଅନ୍ୟ ପ୍ରକାର ରହିଥିଲା। ରୁକ୍ମଣୀଙ୍କ ସହିତ କୃଷ୍ଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

ପିପିଲି (କେନ୍ୟୁଜ):  ଚାଲିଥିଲା ବେଦ ମନ୍ତ୍ର ଉଚ୍ଚାରଣ । ଯୋଡ଼ି ମହୁରୀରେ ଫାଟି ପଡୁଥିଲା ଉତ୍ସବ ସ୍ଥଳ । ସମବେତ ହୋଇଥିଲଲେ ଗ୍ରାମବାସୀ । ହରିବୋଲ ହୁଳହୁଳିରେ ସୃଷ୍ଟି ହୋଇଥିଲା ଏକ ଆଧ୍ୟାତ୍ମିକ ପରିବେଶ । ଅବସର ଥିଲା ଏକ ବିବାହ ଉତ୍ସବର । ବର କନ୍ୟାକୁ ନେଇ ଚାଲିଥିଲା ବିବାହ ଉତ୍ସବ। ବ୍ରାହ୍ମଣ ପଣ୍ଡିତଙ୍କର ଚାଲିଥିଲା ବେଦ ମନ୍ତ୍ର ଉଚ୍ଚାରଣ । ତେବେ ଏଠାରେ କନ୍ୟା ସାଜିଥିଲେ ରୁକ୍ମଣୀ ବରଗଛ ବର ସାଜିଥିଲେ କୃଷ୍ଣ। ପୁଜାର୍ଚ୍ଚନାରେ ପରିବେଶ ବେଶ ଭାବଭକ୍ତି ମୟ ହୋଇ ଉଠିଥିଲା। ବର ପିତା ଭାବରେ ଯଦୁମଣୀ ପୃଷ୍ଠି ହୋଇଥିବାବେଳେ କନ୍ୟା ର ପିତା ସାଜିଥିଲେ ଶ୍ରୀନିବାସ ପୃଷ୍ଟି । ଉଭୟ ପକ୍ଷଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।

marriage

ବିବାହ ପାଇଁ ସକାଳର ସମସ୍ତ କାର୍ଯ୍ୟ ସମ୍ପାଦନ ହେବା ପରେ ସେଠାରେ ବୈଦିକ ରୀତିରେ ବିବାହ କାର୍ଯ୍ୟକ୍ରମ କରାଯାଇଥିଲା । ଗ୍ରାମର ମହିଳାମାନଙ୍କ ସହିତ ଯୁବତୀମାନେ ନାଚଗୀତ ରେ ମସୁଗୁଲ ହୋଇ ଶୋଭାଯାତ୍ରାରେ କନ୍ୟାଘର ନିକଟରେ ପହଂଚିଥିଲେ। ହାତ ଗଣ୍ଠି ପକାଇବା ଠାରୁ ଆରମ୍ଭ କରି ହାତ ଗଣ୍ଠି ଫିଟାଇବା, ମଥାରେ ମକୁଟ ପିନ୍ଧିବା ବର କନ୍ୟାକୁ ଗଇଁଠାଳ ପକାଯିବା ସହିତ ଶେଷରେ ଗ୍ରାମର ମହିଳାମାନଙ୍କ ଦ୍ଵାରା ବନ୍ଦାପନା କରାଯାଇଥିଲା।

ପ୍ରତିବର୍ଷ ପରି ଚଳିତ ବର୍ଷ ଗ୍ରାମରେ ନଅ ଦିନ ଧରି ଭାଗବତ ପରାୟଣ ଚାଲୁଥିବାବେଳେ ଭାଗବତ ମନ୍ଦିର ନିକଟରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତି ସାଙ୍ଗକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ଏବଂ ସୁଭଦ୍ରାଙ୍କ ପ୍ରତିମୂର୍ତୀ ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯିବା ସହିତ ଭାଗବତ ପାଠ କରଯାଇଥିଲା । ତେବେ ଶେଷ ଦିନରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ସହିତ ମା’ ରୁକ୍ମଣୀଙ୍କ ସହିତ ବିବାହ ଉତ୍ସବ କରାଯାଉଛି।

ନିଆରା ବିବାହ ଉତ୍ସବ। ଯୋଡ଼ି ମହୁରୀ ସାଙ୍ଗକୁ ବାଜା ବାଜଣାରେ ବାହାଘର ଅନୁଷ୍ଠିତ ହୋଇଥିବାବେଳେ ଏ ବାହାଘର ଅନ୍ୟ ବାହାଘର ଠାରୁ ଅନ୍ୟ ପ୍ରକାର ରହିଥିଲା। ରୁକ୍ମଣୀଙ୍କ ସହିତ କୃଷ୍ଣଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲା ପୁବାଶାସନ ଖରିଜା ପାଟଣା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଏହି ନିଆରା ବିବାହ ଉତ୍ସବ। ଗ୍ରାମରେ ଭାଇଚାରା ସୃଷ୍ଟି କରିବା ସହିତ ଏକତା ପ୍ରତିଷ୍ଠା କରିବା ଏହି ବିବାହ ଉତ୍ସବର ଆୟୋଜନ କରାଯାଉଥିବାର ଗ୍ରାମବାସୀ କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.