ପୁଣି ଫେରିବେ ସଞ୍ଜୟ ଦତ୍ତ,ରିଲିଜ୍‌ ହୋଇପାରେ ଫିଲ୍ମ ‘ମୁନା ଭାଇ ୩’

ଫିଲ୍ମ ‘ଡଙ୍କି’ ପରେ ରାଜକୁମାର ହିରାନୀ ସଞ୍ଜୟ ଦତ୍ତଙ୍କ ଅଭିନୀତ ତାଙ୍କ ବ୍ଲକବଷ୍ଟର ଫିଲ୍ମ ‘ମୁନା ଭାଇ’ ଫ୍ରାଞ୍ଚାଇଜ୍‌ର ବହୁ ପ୍ରତୀକ୍ଷିତ ତୃତୀୟ ଭାଗ କରିବାର ଏକ ଅପଡେଟ୍ ସେୟାର କରିଛନ୍ତି ।

ବର୍ତ୍ତମାନ ରାଜକୁମାର ହିରାନୀ ତାଙ୍କର ଲେଟଷ୍ଟ ରିଲିଜ୍‌ ଫିଲ୍ମ ଯାହା ଶାହାରୁଖ ଖାନଙ୍କ ଅଭିନୀତ ‘ଡଙ୍କି’ର ସଫଳତାକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମଟି ସମସ୍ତଙ୍କ ମନକୁ ଛୁଇଁଛି । ଏସବୁ ମଧ୍ୟରେ ହିରାନୀ ସଞ୍ଜୟ ଦତ୍ତଙ୍କ ଅଭିନୀତ ତାଙ୍କ ବ୍ଲକବଷ୍ଟର ଫିଲ୍ମ ‘ମୁନା ଭାଇ’ ଫ୍ରାଞ୍ଚାଇଜ୍‌ର ବହୁ ପ୍ରତୀକ୍ଷିତ ତୃତୀୟ ଭାଗ କରିବାର ଏକ ଅପଡେଟ୍ ସେୟାର କରିଛନ୍ତି । ତେବେ କିଛି ଦିନ ପୂର୍ବରୁ ହୋଇଥିବା ଏକ ଇଣ୍ଟରଭ୍ୟୁରେ ରାଜକୁମାର ହିରାନୀ ‘ମୁନା ଭାଇ ଏମବିବିଏସ୍‌’ର ତୃତୀୟ ଭାଗ ହେବାର ସମ୍ଭାବନା ବିଷୟରେ ସୂଚନା ଦେଇଛନ୍ତି ।

ରାଜକୁମାର ହିରାନୀ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ତାଙ୍କର ଫିଲ୍ମ ‘ମୁନା ଭାଇ ଏମବିବିଏସ୍‌’ ର ଦୁଇଟି ଭାଗ ଫିଲ୍ମ ବହୁତ ଭଲ ହୋଇଥିଲା ଏବଂ ସେ ଆଗକୁ ଯାଇ ଏହାର ଆଉ ଏକ ଭାଗ ଦର୍ଶକଙ୍କ ସାମ୍ନାକୁ ଆଣିପାରନ୍ତି । ତେବେ ସେ ଏହାକୁ ନେଇ ସଞ୍ଜୟ ଦତ୍ତଙ୍କ ସହ କଥା ହୋଇପାରନ୍ତି । ଏହା ସହ ଏହି ଫିଲ୍ମର ତୃତୀୟ ଭାଗ ତିଆରି ହେବା ଉଚିତ । ଏପରି ଭାବେ ସେ ଏହା ମଧ୍ୟ କହିଛନ୍ତି ଯେ ଏବେ ଫିଲ୍ମ ‘ଡଙ୍କି’ର ସମାପ୍ତ ହୋଇଛି । ତେବେ ମୁଁ ଏବେ ପୁରୁଣା ଫିଲ୍ମ କରିବା ପାଇଁ ଚିନ୍ତା କରୁଛି । କିନ୍ତୁ ଏହି ଫିଲ୍ମ କେବେ ଆରମ୍ଭ ହେବ ତାହା ସାମ୍ନାକୁ ଆସିନାହିଁ ।

୨୦୦୩ ମସିହାରେ ପ୍ରଥମ ଥର ପାଇଁ ରାଜକୁମାର ହିରାନୀ ଫିଲ୍ମ ‘ମୁନା ଭାଇ ଏମବିବିଏସ୍‌’ ତିଆରି କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଥିଲା ଏବଂ ସୁପର୍‌ ଡୁପର୍‌ ହିଟ୍‌ ହୋଇଥିଲା । ଏହା ପରେ ହିରାନୀ ୨୦୦୬ ରେ ଏହି ଫିଲ୍ମ ‘ଲାଗେ ରହୋ ମୁନା ଭାଇ’ ର ସିକ୍ୱେଲ୍ ମୁକ୍ତିଲାଭ କରିଥିଲେ । ଏହି ଦୁଇଟି ଫିଲ୍ମରେ ମଧ୍ୟ ସଞ୍ଜୟ ଦତ୍ତ ନଜର ଆସିଥିଲେ ଏବଂ ଏହା ସହ ତାଙ୍କୁ ସେହି ସମୟରୁ ହିଁ ମୁନା ଭାଇ ନାମରେ ଦର୍ଶକ ଜାଣିଥିଲେ । ଏହା ପରେ ଦର୍ଶକ ଏହାର ତୃତୀୟ ଭାଗକୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ଏହି ସମୟରେ ହିରାନୀଙ୍କ ଲେଟଷ୍ଟ ରିଲିଜ୍ ଫିଲ୍ମ ଶାହାରୁଖ ଖାନଙ୍କ ଅଭିନୀତ ‘ଡଙ୍କି’କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି । ଏହି ଫିଲ୍ମରେ ତାପସୀ ପନ୍ନୁ, ବିକି କୌଶଲ, ବୋମାନ ଇରାନୀ, ଅନିଲ ଗ୍ରୋଭର ଏବଂ ବିକ୍ରମ କୋଚର ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଡିସେମ୍ବର ୨୧ ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ବକ୍ସ ଅଫିସରେ ୧୫୦ କୋଟିରୁ ଅଧିକ ଆୟ କରିଛି ଏବଂ ୨୦୦ କୋଟି ଟଙ୍କା ଛୁଇଁବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢିଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.