ଦେଖନ୍ତୁ କେମିତି ପ୍ରସ୍ତୁତ କରାଯାଏ ପିତ୍ତଳ ଥାଳିରେ ଜଗନ୍ନାଥଙ୍କ କଳାକୃତି

ତେବେ କଣ ଆପଣଙ୍କ ମନରେ ଏମିତି କେବେ ଭାବନା ଆସିନି ଯେ ଏହାକୁୁ ଏତେ ନିଖୁଣ ଭାବେ କାରିଗର କେମିତି ତିଆରି କରୁଛନ୍ତି ଦେଖିବାକୁ । ଯଦି ଆପଣଙ୍କର ବି ଇଚ୍ଛା ଥାଏ କିମ୍ବା ଦେଖିବାକୁ ଚାହୁଁଛନ୍ତି ଏହି କଳାକୃତି ଦେଖିବାକୁ ।  ମିତି କାରୀଗରୀ ଆପଣ ନିଜ ଆଖିରେ ନଦେଖିଲେ କେବେ ବି ବିଶ୍ଵାସ କରିପାରିବେ ନାହିଁ ।

ଆପଣ ପିତ୍ତଳ ଥାଳି ତ ଦେଖିଥବେ । ପିତ୍ତଳ କଂସା ବାସନରେ ଆପଣ ଦେଖିଥିବେ ଯେ ସେଥିରେ ବହୁତ ସୁନ୍ଦର ଭାବେ କଳାକୃତି ହୋଇଥିବାର। ତେବେ କଣ ଆପଣଙ୍କ ମନରେ ଏମିତି କେବେ ଭାବନା ଆସିନି ଯେ ଏହାକୁୁ ଏତେ ନିଖୁଣ ଭାବେ କାରିଗର କେମିତି ତିଆରି କରୁଛନ୍ତି ଦେଖିବାକୁ । ଯଦି ଆପଣଙ୍କର ବି ଇଚ୍ଛା ଥାଏ କିମ୍ବା ଦେଖିବାକୁ ଚାହୁଁଛନ୍ତି ଏହି କଳାକୃତି ଦେଖିବାକୁ ।  ମିତି କାରୀଗରୀ ଆପଣ ନିଜ ଆଖିରେ ନଦେଖିଲେ କେବେ ବି ବିଶ୍ଵାସ କରିପାରିବେ ନାହିଁ । ନିଜର ହାତର କାଉଁରୀ ସ୍ପର୍ଶରେ ତିଆରି ହୋଇଛି ଓଡ଼ିଶା କଳା ସଂସ୍କୃତି ଠାରୁ ଆରମ୍ଭ କରି ଅନେକ କିଛି । ଖୋର୍ଦ୍ଧା ଜିଲ୍ଲା ବାଳକାଟି ସ୍ଥିତ ଚାରିମାଣିଆ ସାହିର ଏ ଦୃଶ୍ୟ ।

ମହାପ୍ରଭୁଙ୍କ ଠାରୁ ଆରମ୍ଭ କରି ଦଶାବତାର ଶ୍ରୀକୃଷ୍ଣ କାଞ୍ଚି ଅଭିଯାନ କୃଷ୍ଣ ବିବାହ ରାମ ବନବାସ ବୃକ୍ଷଲତା ଠାରୁ ଆରମ୍ଭ କରି ଶୁଭ ବିବାହ ହାତ ଗଣ୍ଠି ପର୍ଯ୍ୟନ୍ତ ଅନେକ କିଛି ବିଷୟ ବସ୍ତୁ ସ୍ଥାନ ପାଇଛି ଏହି କଳା କାରୀଗରୀରେ । ସାରା ବିଶ୍ଵରେ ଓଡ଼ିଶା କଳାକୃତୀରେ ରହିଛି ଭିନ୍ନ ଏକ ଚାହିଦା । ସମଗ୍ର ବିଶ୍ଵରେ ଓଡ଼ିଶା ତାହାର କଳାକାରୀଗରୀ ବଜାୟ ରଖିଥିବାବେଳେ କଂସା ବାସନର ମଧ୍ୟ ବେଶ ଚାହିଦା ରହିଛି । କଂସା ବାସନ ଉପରେ ଏହି ସବୁ ବିଷୟବସ୍ତୁକୁ ସ୍ଥାନ ଦେବା ସାମାନ୍ୟ କଥା ନୁହେଁ । ତେବେ କଂସାରେ ଚିତ୍ରକଳାକୁ ତିଆରିକୁ ଜୀବନର ଅଭିନ୍ନ ଅଙ୍ଗ କରି ଦେଇଥିବା ଏହି ବ୍ୟକ୍ତି ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ବାଳକାଟି ଚାରିମାଣିଆ ସାହିର ଶିଳ୍ପୀ ଅଜୟ କୁମାର ସାହୁ । ପାଖରେ ବିଭିନ୍ନ ପ୍ରକାରର ରଙ୍ଗ ସାଙ୍ଗକୁ ହାତ ହତିଆରରେ କରୁଛନ୍ତି କଳାକାରୀଗରୀ ।

ପିତ୍ତଳ ଥାଳି ଢାଳ ଠାରୁ ଆରମ୍ଭ କରି ବିଭିନ୍ନ କଂସା ବାସନରେ ସେ ତିଆରି କରୁଛନ୍ତି କଳାକୃତି । ପ୍ରଥମେ ନିହଣ ହାତୁଡ଼ିରେ ଥାଳି ଢାଳରେ ଚିତ୍ର ଆଙ୍କିଥାନ୍ତି । ଏହାପରେ ତା ଉପରେ ଲାଲ ନୀଳ ହଳଦିଆ କଳା ଧଳା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରଙ୍ଗକୁ ତୁଳି ସାହାଯ୍ୟରେ ଆଙ୍କିବା ପରେ ଏହା ଜୀବନ୍ତ ହୋଇ ଉଠେ । ତାଙ୍କୁ ଏ କ୍ଷେତ୍ରରେ ତାଙ୍କ ଧର୍ମପତ୍ନୀ ସହଯୋଗର ହାତ ବଢାଇଥାନ୍ତି । ଏହି କଳାକୃତୀ କାରିବା ପାଇଁ ତାଙ୍କୁ ଚାରିରୁ ପାଞ୍ଚ ଘଣ୍ଟା ସମୟ ଲାଗୁଥିବାବେଳେ ଦିନ ମଜୁରୀ ହିସାବରେ ତାଙ୍କୁ ପାରିଶ୍ରମିକ ମିଳେ । ତେବେ ଅର୍ଥର ଲାଳସାରେ ନୂହେଁ କଳାକୁ ବଞ୍ଚାଇବା ପାଇଁ ସେ ଏଭଳି କାର୍ଯ୍ୟ କରୁଥିବାର କହିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ବାଳକାଟି ଚାରିମାଣିଆ ସାହିରେ ବାସ କରନ୍ତି ଶିଳ୍ପୀ ଅଜୟ କୁମାର ସାହୁ ା କଲେଜରେ ସ୍ନାତୋକତର ପାସ୍ କରିବା ପରେ ଚାକିରୀ ପଛରେ ନକୋଡ଼ାଇ କଳାକୁ ନିଜ ଜୀବନର ବ୍ରତ ଭାବରେ ଆଦରି ନେଇ ନିଜ ଜୀବନଯାତ୍ରାକୁ ଆଗକୁ ଆଗକୁ ନେଇ ନ ଥିଲେ । ଚାକରୀ କରିବା ଅଧିକ ଟଙ୍କା ରୋଜଗାର କରିବା ଏ ସବୁକିଛିକ ତୁଛ କରି ରଙ୍ଗ ତୁଳୀକୁ ନିଜର ଭବିଷ୍ୟତ ଭାବରେବାଛି ନେଇ ଲାଗି ପଡ଼ିଲେ କଳାର କାରୀଗରୀରେ । ପ୍ରତିକୂଳ ପରିସ୍ଥିତି ଆଗରେ କେବେ ବି ହାର ମାନ ନ ଥିଲେ ଅଜୟ । ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥ ଧାମକୁ ଯିଏ ଯାଇଛି ସେ ନିଶ୍ଚିତ ନିଜ ଲକ୍ଷ୍ୟ ସ୍ଥଳରେ ପହଁଚିଛି । ଗୁରୁ ନନ୍ଦ କିଶୋର ପୃଷ୍ଠିଙ୍କ ଠାରୁ ଶିକ୍ଷା ଲାଭ କରି ପ୍ରଥମେ ନିଜ ଜିଜ୍ଞାସା ମନର ଭାବନାକୁ ପରିପ୍ରକାଶ କରିଥିଲେ । ବାଳକାଟି ଅଂଚଳର ବ୍ୟବସାୟୀ ମାନେ ତାଙ୍କୁ ପିତଳ ସମାଗ୍ରୀ ଦେବା ପରେ ତାହା ଉପରେ ଅଜୟ କଳାକୃତୀ କରିଥାନ୍ତି । ଏହାକୁ ତାଙ୍କ ଠାରୁ ଆଣିବା ପରେ ଦୋକାନରେ ରଖି ଗ୍ରାହକଙ୍କୁ ବିକ୍ରୟ କରାଯାଏ । କଂସାର ଓଜନ ସହିତ କାମକୁ ଦେଖି ବିକ୍ରି କରାଯାଇଥାଏ ଏହି କଳାକୃତୀ କହିଛନ୍ତି ବାଳକାଟି ଅଂଚଳର ବ୍ୟବସାୟୀ ।

ଅଜୟଙ୍କୁ ତାଙ୍କ କଳାକୃତୀ ଆଜି ରାଜ୍ୟରେ ପରିଚିତ କରାଇ ପାରିଛି । ପୈାରାଣିକ କଥାବସ୍ତୁ ସାଙ୍ଗକୁ ବର୍ତମାନର ଘଟଣାବଳୀକୁ ନେଇ ତାଙ୍କ ହାତରେ ତିଆରି ହୋଇଥିବା ଏହି ଚିତ୍ରକଳା ଆଜି ତାଙ୍କ ପାଇଁ ଆଣି ଦେଇଛି ସ୍ଵତନ୍ତ୍ର ପରିଚୟ । ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ ଏହି କଳାକୁ ସେ ବଜାୟ ରଖିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.