କେନ୍ୟୁଜ୍ ପ୍ରଭାବ: ଦୁର୍ଦ୍ଦିନରେ ଦିନ କାଟୁଥିବା ବିଜୁବାବୁଙ୍କ ଡ୍ରାଇଭର ବୃନ୍ଦାବନ ମହାରଣାଙ୍କୁ ଭେଟିଲେ ସାଂସଦ ମୁନା ଖାଁ, କରିବେ ସହଯୋଗ 

ଆଠଗଡ଼(କେନ୍ୟୁଜ୍): କେନ୍ୟୁଜରେ ଖବର ପ୍ରସାରଣ ପରେ ବିଜୁବାବଙ୍କ ଡ୍ରାଇଭରଙ୍କୁ ଭେଟିଛନ୍ତି ରାଜ୍ୟସଭା ସାଂସଦ ମୁନା ଖାଁ ।  ବିଜୁବାବୁଙ୍କ ଡ୍ରାଇଭରଙ୍କ ଦୁର୍ଦ୍ଦିନ କାହାଣୀ ପ୍ରଥମେ କେନ୍ୟୁଜରେ ପ୍ରସାରଣ ହୋଇଥିଲା  । ଯାହାକୁ ଦେଖିଥିଲେ ସାଂସଦ ମୁନା ଖାଁ । ଆଜି ଆଠଗଡ଼ ତିଗିରିଆ ବ୍ଲକ୍ ବିରୀପୁଟ ଗ୍ରାମରେ ପହଞ୍ଚି ବୃନ୍ଦାବନ ମହାରଣାଙ୍କୁ ଭେଟିବା ସହିତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ବୁଝିବା ସହ ତାଙ୍କ ଭଙ୍ଗା ଚାଳ ଛପର ଘର ବୁଲି ଦେଖିଥିଲେ।

ସରକାରୀ ସହାୟତା ସହିତ ନିଜ ସାଂସଦୀୟ ପାଣ୍ଠିରୁ ଆବାସ ଯୋଜନା କରାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଗାମୀ ଦିନରେ ବୃନ୍ଦାବନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସାଂସଦ ମୁନା ଖାଁ କହିଥିଲେ । ସାଂସଦ ବୃନ୍ଦାବନ ମହାରଣାଙ୍କୁ ଭେଟିବା ପରେ ଖୁସିରେ ଆତ୍ମହରା ହୋଇ ଯାଇଥିଲେ ବୃନ୍ଦାବନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ୍ ଦେବା ସହିତ ସାଂସଦଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ ବୃନ୍ଦାବନ ।