Below header

ପ୍ରେମିକର ବେକ କାଟିଲେ ପ୍ରେମିକା ଘର ଲୋକେ, ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ହସ୍ପିଟାଲରେ ଭର୍ତ୍ତି

ଖୋର୍ଦ୍ଧା: ଜଟଣୀ ଥାନା ବେଣାପଞ୍ଜରୀ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା, ଉକ୍ତ ଗ୍ରାମର ସାକିଲ ଖାନ ନାମକ ଜଣେ ଯୁବକ ତରାବୋଇ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ଆଜି ଉକ୍ତ ଯୁବତୀଙ୍କ ପରିବାର ଲୋକ ତାଙ୍କ ଝିଅର ପ୍ରେମିକ ଏବଂ ତାଙ୍କ ବାପାଙ୍କୁ ବିବାହ ସ୍ଥିର କରିବା ପାଇଁ ଘରକୁ ଡାକି ପ୍ରେମିକର ବେକକୁ କାଟି କାଟିଥିବା ଅଭିଯୋଗ କରାଯାଇଛି । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୋଗ ଅନୁଯାୟୀ, ତରାବୋଇ ଅଂଚଳର ପ୍ରେମିକାଙ୍କ ପରିବାର ଲୋକ ବିବାହ ସ୍ଥର ପାଇଁ ପ୍ରେମିକ ଓ ତାଙ୍କ ବାପାଙ୍କୁ ଡକାଇଥିଲେ । ତେବେ ସେଠାରେ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିଲେ । ଏଥିସହ ପ୍ରେମିକାଙ୍କ ପରିବାର ଲୋକ ପ୍ରେମିକର ବେକ କାଟି ଦେଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.