Below header

ପୋଲିସ ଭ୍ୟାନ୍‌କୁ ଅଟକାଇଲେ ଗ୍ରାମବାସୀ, ଘଟଣା ଥିଲା କିଛି ଏପରି

ପୋଲିସ ଭ୍ୟାନ୍‌କୁ ଅଟକାଇଲେ ଗ୍ରାମବାସୀ। କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ କୋର୍‌ ଗାଁରେ ଏହି ଘଟଣା ଘଟିଛି। ଆଜି ଦିନ ୯ଟାରେ ଗାଁର ଯୁବକ ନିରଞ୍ଜନ ନାୟକଙ୍କୁ ପୋଲିସ ଉଠାଇ ନେଇଥିଲା। ଦିନ ୪ଟା ବେଳେ ତାକୁ ସବ୍‌ କଲେକ୍ଟରଙ୍କ କୋର୍ଟରେ ହଜାର କରିଥିଲା ପୋଲିସ। ପୋଲିସ ଭୁଲ ଲୋକଙ୍କୁ ଉଠାଇ ଆଣିଥିବା କହିଥିଲେ ସବ୍‌ କଲେକ୍ଟର। ଏହାସହ ଯୁବକଙ୍କୁ ଗାଁରେ ଛାଡିବାକୁ ଦେଇଥିଲେ ନିର୍ଦ୍ଦେଶ। ପୋଲିସ ନିରଞ୍ଜନକୁ ଗାଁକୁ ଫେରାଇବାକୁ ଆସିଥିବା ବେଳେ ଭ୍ୟାନ୍‌କୁ ଅଟକ ରଖିଛନ୍ତି ଗାଁ ଲୋକେ। ନିରଞ୍ଜନଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ତାର ୫ ବର୍ଷର ଝିଅ ମାମୁ ଘରେ ରହୁଥିଲା। ଝିଅକୁ ଆଣିବାକୁ ନିରଞ୍ଜନ ସବ୍‌ କଲେକ୍ଟରଙ୍କ କୋର୍ଟରେ କେସ କରିଥିଲେ। ଏହି ମାମଲାରେ ପୋଲିସ ଭୁଲରେ ନିରଞ୍ଜନକୁ ଗିରଫ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.