Below header

ସାମାନ୍ୟ ବଚସାକୁ ନେଇ ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା

ବେଗୁନିଆ (କେନ୍ୟୁଜ୍) : ସାମାନ୍ୟ ବଚସାକୁ ନେଇ ବେଗୁନିଆ ଶୀମୋର ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ । ମୃତକ କଣ୍ଟାମଳିମ ଗାଁର ସତ୍ୟବ୍ରତ ପାତ୍ର । ସେ ଶୀମୋର ଗାଁର ଜଣେ ବ୍ୟକ୍ତିଙ୍କ ଘରେ ରହି କାମ କରୁଥିଲେ । କୌଣସି କାରଣକୁ ନେଇ ସେଠାରେ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ଅଭିଯୁକ୍ତ ଜଣକ ଉତ୍ୟକ୍ତ ହୋଇ ସତ୍ୟବ୍ରତ ଶୋଇଥିବାବେଳେ ତାଙ୍କୁ ହତ୍ୟା କରିଥିଲେ। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାସ୍ତଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.