ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଜବତ ନରକଙ୍କାଳକୁ ନେଇ ବଢୁଛି ରହସ୍ୟ, କାହାର ଏହି କଙ୍କାଳ ?

ବାଙ୍କୀ(କେନ୍ୟୁଜ୍): ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଜବତ ନରକଙ୍କାଳକୁ ନେଇ ରହସ୍ୟ ବଢୁଛି । କାହାର ଏହି କଙ୍କାଳ ? କେବେଠାରୁ ସେଠାରେ ପଡ଼ିଥିଲା ? ମୃତଦେହକୁ କେହି ଆଗରୁ କେମିତି ଦେଖି ପାରିଲେ ନାହିଁ ? ନରକଙ୍କାଳ ମିଳିବା ପରେ ତନାଘନା ତଦନ୍ତ କରୁଛି ବାଙ୍କି ଥାନା ପୋଲିସ । କଙ୍କାଳ ଓ ଖପୁରୀ ଗତ ଅଗଷ୍ଟ ମାସରୁ ନିଖୋଜ ଥିବା ସାନ ମୁଣ୍ଡଳୀ ଗାଁରେ ବ୍ୟବସାୟୀ ନନ୍ଦକିଶୋର ବେହେରାଙ୍କର କି ନାହିଁ ସେନେଇ ଖୋଳତାଡ ଚାଲିଛି । ଗତକାଲି ରାଜଗଡ଼ ମୁଣ୍ଡିଆ ଓ ବେଙ୍ଗପାଣି ଘାଟି ନିକଟରୁ ମଣିଷର ଖପୁରୀ, କଙ୍କାଳ ଉଦ୍ଧାର ହୋଇଥିଲା । କଙ୍କାଳ ପାଖରେ ସାର୍ଟ ସହ ପକେଟରୁ କିଛି କାଗଜପତ୍ର ଓ ଟଙ୍କା ମିଳିଥିଲା ।

ଉଦ୍ଧାର ହୋଇଥିବା ସାର୍ଟ ଓ ପକେଟରେ ଥିବା କାଗଜପତ୍ର ନନ୍ଦକିଶୋରଙ୍କର ବୋଲି ତାଙ୍କ ପରିବାର ଚିହ୍ନଟ କରିଛନ୍ତି । ହାଡ଼ ଓ କଙ୍କାଳ ପରୀକ୍ଷା ପାଇଁ କଟକ ଏସସବି ଏଫଏମଟିକୁ ପଠାଯାଇଛି । ଗତ ଅଗଷ୍ଟ ୨୮ରେ ସାନମୁଣ୍ଡଳୀ ଗାଁର ନନ୍ଦକିଶୋର ବେହେରା ନିଖୋଜ ଅଛନ୍ତି । ସେତେବେଳେ ନନ୍ଦକିଶୋରଙ୍କୁ ଅଜଗର ଗିଳି ଦେଇଥିବା ଅଭିଯୋଗ କରିଥିଲେ ପରିବାର । ଏବି ନରକଙ୍କାଳ ମିଳିଥିବା ସ୍ଥାନରେ ବହୁ ଖୋଜାଖୋଜି କରାଯାଇଥିଲା । କିନ୍ତୁ କୌଣସି ସୁରାକ ମିଳି ନଥିଲା । ଏବେ କେଉଁଠୁ ଆସିଲା ନରକଙ୍କାଳ, ସାର୍ଟ ଓ ଅନ୍ୟାନ୍ୟ ସାମଗ୍ରୀ । ତାରୁ ନେଇ ନୂଆ ରହସ୍ୟ ବଢ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.