ବଡ଼ମ୍ବାର ସିଂହନାଥ ପୀଠ ଟି-ସେତୁରେ ଦଳାଚକଟା:ଜଣେ ମହିଳା ମୃତ, ୨୦ରୁ ଅଧିକ ଆହତ

ନରସିଂହପୁର(କେନ୍ୟୁଜ୍):  ବଡ଼ମ୍ବା ସିଂହନାଥ ଟି-ସେତୁରେ ଦଳାଚକଟା। ଜଣେ ମହିଳା ମୃତ, ୨୦ରୁ ଅଧିକ ଆହତ । ଆହତଙ୍କ ମଧ୍ୟରୁ ୫ ଗୁରୁତର ସୂଚନା। ଗୁରୁତରଙ୍କ ମଧ୍ୟରେ ମହିଳା ଓ ପିଲା ଥିବା ଜଣାପଡ଼ିଛି। ୬ ଜଣଙ୍କୁ ବଡ଼ମ୍ବା ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି। ୩ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମକର ସଂକ୍ରାନ୍ତି ପାଇଁ କଟକ ଜିଲ୍ଲା ବଡ଼ମ୍ବାର ସିଂହନାଥ ପୀଠରେ ଆଜି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଛି । ମହାନଦୀ ଭିତରେ ଥିବା ସିଂହନାଥ ପୀଠରେ ବାଲି ସିଂହାସନ ଯାତ୍ରା ବେଳେ ଅଘଟଣ ଘଟିଛି । ଦୁଇ ବର୍ଷ ପରେ ଏଥର ବାଲି ସିଂହାସନ ଯାତ୍ରା ହେଉଥିବାରୁ ଲକ୍ଷେରୁ ଦେଢଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା।

ପୂର୍ବରୁ ପୀଠକୁ ଡଙ୍ଗାରେ ଯିବା ଆସିବା କରୁଥିବା ବେଳେ ଚଳିତ ଥର ଟି- ସେତୁ ଦେଇ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ବୈଦେଶ୍ୱରରୁ ଗୋପୀନାଥପୁରକୁ ସଂଯୋଗ କରୁଛି ଏହି ଟି-ସେତୁ । ଟି-ସେତୁରେ ଦଳାଚକଟା ପରେ ସିଂହନାଥ ପୀଠରେ ଦର୍ଶନକୁ ବନ୍ଦ କରାଯାଇଛି। ସେପଟେ ପ୍ରବଳ ଭିଡ଼ରୁ ଶ୍ରଦ୍ଧାଳୁ ଅଣନିଃଶ୍ୱାସୀ ହୋଇ ଅଘଟଣ ଘଟିଥିବା କହିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ସ୍ଥିତି ଅନୁଧ୍ୟାନ ପାଇଁ ଆଠଗଡ଼ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ନିୟନ୍ତ୍ରଣ ହୋଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.