ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଖୁବଶୀଘ୍ର ଉଠିବ ପରଦା, ଅଣ୍ଟା ଭିଡ଼ିଛି ଯାଜପୁର ପୋଲିସ୍

ଭୁବନେଶ୍ବର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଖୁବଶୀଘ୍ର ଉଠିବ ପରଦା । ରହସ୍ୟ ଉନ୍ମୋଚନ ଲାଗି ଅଣ୍ଟା ଭିଡ଼ିଛି ଯାଜପୁର ପୋଲିସ । ଝରାଫୁଲଙ୍କ ବୟଫ୍ରେଣ୍ଡ ରାକେଶର ସାଙ୍ଗ ଶେଖରକୁ ଧରିବା ପାଇଁ କମିଶନରେଟ ପୋଲିସର ସହଯୋଗ ଲୋଡିଛି ଯାଜପୁର ପୋଲିସ ।

ଏଥିଲାଗି ଯାଜପୁର ଓ କମିଶନରେଟ ପୋଲିସର ୫ ଜଣିଆ ଟିମ୍‌ ଗଠନ କରାଯାଇଛି । ଶକ୍ତିଶେଖର ଅନ୍ୟ ରାଜ୍ୟକୁ ଫେରାର ହୋଇଯାଇଥିବାରୁ ୫ ଜଣିଆ ଟିମ୍‌ ଗଠନ କରାଯାଇଛି । ଶକ୍ତିଶେଖର ଅନ୍ୟ ରାଜ୍ୟକୁ ଫେରାର ହୋଇଯାଇଥିବାରୁ ୫ ଜଣିଆ ଟିମ୍‌ ସେଠାରେ ଡେରା ପକାଇଛି । ଦିନେ କିମ୍ବା ଦୁଇ ଦିନ ଭିତରେ ତାକୁ ଧରିବାକୁ ସ୍ୱତନ୍ତ୍ର ଟିମ୍‌ ସକ୍ଷମ ହେବ । ଏହାପରେ ଝରାଫୁଲ ମୃତ୍ୟୁ ଉପରୁ ରହସ୍ୟ ଉଠିବ ବୋଲି ଜଣାପଡିଛି।

ଝରାଫୁଲଙ୍କ ମୋବାଇଲକୁ ରାକେଶ କିମ୍ବାଶକ୍ତିଶେଖର ନଷ୍ଟ କରିଦେଇଥିବା ପୋଲିସ ସନ୍ଦେହ କରୁଛି । ରମାଦେବୀ ଛାତ୍ରୀ ଝରାଫୁଲଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ୨ ମାସ ବିତିଲାଣି । ଘଟଣାରେ ରାକେଶ ସ୍ୱାଇଁ ଗିରଫ ହୋଇଥିବା ବେଳେ ଶକ୍ତିଶେଖର ଏଯାଏ ଫେରାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.