ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO, ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ୬ଟି ସ୍ଥାନରେ କରାଯାଉଛି ରେଡ୍‌

ନବରଙ୍ଗପୁର: ଭିଜିଲାନ୍ସ ଜାଲରେ ନବରଙ୍ଗପୁର RTO । ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଗଣେଶ୍ୱର କଅଁରଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ନବରଙ୍ଗପୁର ସ୍ଥିତ ଭଡ଼ାଘର ସହ ଭୁବନେଶ୍ବର,ଗଜପତି ସମେତ ମୋଟ ୬ଟି ସ୍ଥାନରେ ରେଡ୍‌ କରାଯାଉଛି । ୧୦ଟି ଟିମ ରେଡରେ ସାମିଲ ହୋଇଛନ୍ତି । ଗତ ୩ମାସରେ ଲୋକଙ୍କ ଠାରୁ ଗଣେଶ୍ୱର ଲର୍ନିଂ ଲାଇସେନ୍‌ସ ବାବଦକୁ ପ୍ରାୟ ୨୦ଲକ୍ଷ ଟଙ୍କା ଓ ତାଙ୍କ ବିଭାଗର ଜଣେ ଡାଟା ଏଣ୍ଟ୍ରି ଅପରେଟର ଲକ୍ଷ୍ମୀନାଥ ହରିଜନଙ୍କ ଠାରୁ ୭୦ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏ ଘଟଣାକୁ ୧୨ ଦିନ ବିତିଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଏନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ଲକ୍ଷ୍ମୀନାଥ । ଟଙ୍କା ଦେଲେ ଲାଇସେନ୍ସ ମିଳୁଥିବା ଲକ୍ଷ୍ମୀନାଥ ଅଭିଯୋଗ କରିଥିଲେ । ସେପଟେ ଲକ୍ଷ୍ମୀନାଥଙ୍କ ଅଭିଯୋଗ ପରେ ଏସପି ନିତିନ କୁସଲକର ତଦନ୍ତ କରାଯାଉଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.