ଆସ୍କା: ୨୭ଜଣ କରୋନା ପଜିଟିଭ ଚିହ୍ନଟ ପରେ ଏନଏସିର ମେଡିକାଲ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ

କେନ୍ଯୁଜ୍: ଆସ୍କା ଏନଏସିର ମେଡିକାଲ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷିତ। ୨୭ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାସହ ବାଣୀବିହାରର ପ୍ରଥମ ଓ ତୃତୀୟ ସାହିକୁ ବଫର ଜୋନ ଘୋଷଣା କରାଯାଇଛି।

ଏହି ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ସହ ଅନ୍ୟ ସମସ୍ତ ପ୍ରକାର ଯାତାୟତ ଓ ଗାଡ଼ି ଚଳାଚଳକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଏଥିସହ କଣ୍ଟେନମେଣ୍ଟ ଜୋନର ପ୍ରବେଶ ପଥକୁ ବାଉଁଶ ବାନ୍ଧି ବ୍ୟାରିକେଡ କରାଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସତର୍କ ଓ ସଚେତନ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚ କରିଛି। କରୋନା କଟକଣା ମାନିବା ପାଇଁ ପୋଲିସ ଓ ପ୍ରଶାସନ ସମସ୍ତଙ୍କୁ ନିବେଦନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.