କୂଳ ଖାଉଛି ନାଗାବଳି ନଦୀ, ଆତଙ୍କିତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ନଦୀକୂଳବାସୀ

କୂଳ ଖାଉଛି ନାଗାବଳି ନଦୀ । ବର୍ଷାଋତୁ ଆସିଲେ ରାତିରେ ଲୋକଙ୍କ ନିଦ ହଜିଯାଉଛି । କାରଣ ଅନ୍ଧାର ରାତିରେ କିଛି ବି ଘଟିପାରେ ବୋଲି ଆଶା ଆଶଙ୍କାରେ ରହିଛନ୍ତି ନଦୀକୂଳବାସୀ । କଳାହାଣ୍ଡି ଜିଲ୍ଲାର ଥୁଆମଲ ରାମପୁର ବ୍ଳକର ଲାଖବାହାଲରୁ ବାହାରି ପଡୋଶୀ ଆନ୍ଧ୍ରପ୍ରଦେଶ କାଲେପାଲି ଗାଁ ନିକଟରେ ବଙ୍ଗୋପସାଗରରେ ମିଶିଛି ।

ରାୟଗଡା : କୂଳ ଖାଉଛି ନାଗାବଳି ନଦୀ । ବର୍ଷାଋତୁ ଆସିଲେ ରାତିରେ ଲୋକଙ୍କ ନିଦ ହଜିଯାଉଛି । କାରଣ ଅନ୍ଧାର ରାତିରେ କିଛି ବି ଘଟିପାରେ ବୋଲି ଆଶା ଆଶଙ୍କାରେ ରହିଛନ୍ତି ନଦୀକୂଳବାସୀ । କଳାହାଣ୍ଡି ଜିଲ୍ଲାର ଥୁଆମଲ ରାମପୁର ବ୍ଳକର ଲାଖବାହାଲରୁ ବାହାରି ପଡୋଶୀ ଆନ୍ଧ୍ରପ୍ରଦେଶ କାଲେପାଲି ଗାଁ ନିକଟରେ ବଙ୍ଗୋପସାଗରରେ ମିଶିଛି । ଏହା ଭିତରେ ନାଗାବଳୀ ନଦୀ ୨୫୬ କିଲୋମିଟର ଅତିକ୍ରମ କରୁଛି । ବର୍ଷା ଋତୁରେ ପ୍ରଖର ବେଗରେ ଅପ୍ରବାହିତ ନଦୀ ପ୍ରତିବର୍ଷ କୂଳ ଖାଉଛି । ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ନଦୀ କୂଳରେ ବସବାସ କରୁଥିବା ମାରିଗୁଡା ଗ୍ରାମବାସୀ ।

ବିଭିନ୍ନ ସମୟରେ ନଦୀ କୂଳ ଲଙ୍ଘି ଖିଲିମିଶିଗୁଡା ଭଳି ଅନେକ ଗାଁ ନଦୀ ଗର୍ଭରେ ଲୀନ ହୋଇଗଲାଣି । ପ୍ରତି ବର୍ଷ ନଦୀ କୂଳ ଖାଇ ଲୋକଙ୍କ ଫସଲ ନଷ୍ଟ ହେବା ସହ କେତେକ ଜୀବନ ନଷ୍ଟ ହେଉଛି । ଏନେଇ ଗ୍ରାମବାସୀ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବିଷୟରେ ପ୍ରଶାସନକୁ ଜଣେଇଥିଲେ । ଫଳରେ ପ୍ରଶାସନ ତରଫରୁ ଜଳସମ୍ପଦ ବିଭାଗ ବିଳମ୍ବରେ ହେଲେ ବି ପଦକ୍ଷେପ ନେଇ କାମ ଆରମ୍ଭ କରିଛନ୍ତି । ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବର୍ଷା ଋତୁ ପୂର୍ବରୁ ଆଡିବନ୍ଧ କାମ ଶେଷ ହେବା ଆବଶ୍ୟକ ବୋଲି ଦାବି କରିଛନ୍ତି ଗ୍ରାମବାସୀ । ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଶେଷ ହେବା ଦରକାର ହେବ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.