Below header

କଚୋଡି ଖାଉଥିବା ଲୋକଙ୍କ ଉପରେ ଗାଡି ଚଢାଇଦେଲେ ଓକିଲ, ପୋଲିସ କଲା ଗିରଫ

କଚୋଡି ଖାଉଥିବା ସମୟରେ ଦୋକାନ ଉପରେ ଚଡିଗଲା ମର୍ସିଡିଜ କାର । ଫଳରେ ଏଥିରେ ୬ ଜଣ ଆହତ ହୋଇଥି ଜଣାପଡିଛି । ଦିଲ୍ଲୀ ରାଜପୁର ରୋଡ ସିଭିଲ ଲାଇନ୍ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ରବିବାର ଅପରାହ୍ନ ୩ଟା ସମୟରେ ଏଭଳି ଘଟଣା ଘଟିଛି ।

ଜଳଖିଆ ଦୋକାନରେ ବସି କଚୋଡି ଖାଇବା ପଡିଲା ମହଙ୍ଗା । କଚୋଡି ଖାଉଥିବା ସମୟରେ ଦୋକାନ ଉପରେ ଚଡିଗଲା ମର୍ସିଡିଜ କାର । ଫଳରେ ଏଥିରେ ୬ ଜଣ ଆହତ ହୋଇଥି ଜଣାପଡିଛି । ଦିଲ୍ଲୀ ରାଜପୁର ରୋଡ ସିଭିଲ ଲାଇନ୍ ଅଞ୍ଚଳରେ ଘଟିଛି ଏଭଳି ଘଟଣା । ରବିବାର ଅପରାହ୍ନ ୩ଟା ସମୟରେ ଏଭଳି ଘଟଣା ଘଟିଛି । ପୋଲିସ ମାମଲା ରୁଜୁ କରି କାର ଚାଳକଙ୍କୁ ଗିରଫ କରିଛି ।

ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, କିଛି ଲୋକ ଦୋକାନ ବାହାରେ ଠିଆ ହୋଇ କଚୋଡି ଖାଉଥିବା ବେଳେ ହଠାତ୍‌ ଏକ ଧଳା ରଙ୍ଗ ମର୍ସିଡିଜ କାର ମାଡିଆସିଥିଲା । ଆଉ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାରେ ୬ ଜଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସିପଟାଲରେ ଭର୍ତ୍ତି କରାଯାଇଛି ।

ଦିଲ୍ଲୀ ପୋଲିସ ମୁତାବକ, କାରକୁ ଜଣେ ଓକିଲ ଚଲାଉଥିଲେ ଏବଂ ତାଙ୍କ ସହିତ ପତ୍ନୀ ରହିଥିଲେ । ତାଙ୍କ ନାଁ ପରାଗ ମୌନୀ । ସେ ନୋଏଡାର ବାସିନ୍ଦା । ଦୁର୍ଘଟଣାଟି ଭୁଲଃବଶତ ହୋଇଥିବା ଜଣାପଡିଛି । ପୋଲିସ ମାମଲା ରୁଜୁ କରି କାର ଚାଳକଙ୍କୁ ଗିରଫ କରିବା ସହିତ ଗାଡି ଜବତ କରିଛି ଏବଂ ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.