Below header

ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ, ପ୍ରକାଶ ପାଇଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

କଟକ(କେନ୍ୟୁଜ୍): ଆସନ୍ତା ୨୭ ତାରିଖରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ ନିର୍ବାଚନ। ଏଥିପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୬ଟି ପଦ ପାଇଁ ହେଉଥିବା ନିର୍ବାଚନରେ ୧୧ ଜଣଙ୍କର ପ୍ରାର୍ଥିପତ୍ର କାଏମ ରହିଛି। ୫ଟି ପଦ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧ୍ୟକ୍ଷ ପଦ ପାଇଁ ଦ୍ୱିମୁଖୀ ଲଢେଇ ହେବ। ଏସବୁ ପଦ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି। ସଭାପତି ପଦ ପାଇଁ ପଙ୍କଜ ଲୋଚନ ମହାନ୍ତି ଓ ପ୍ରଦୀପ ଚୌହ୍ଵାନ ଥିବା ବେଳେ ଉପସଭାପତି ପଦ ପାଇଁ ଲଢୁଛନ୍ତି ଅକ୍ଷୟ କୁମାର ସାମନ୍ତ ଓ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ। ସମ୍ପାଦକ ପାଇଁ ନବ ପଟ୍ଟନାୟକ ଓ ସଞ୍ଜୟ ବେହେରାଙ୍କ ମଧ୍ୟରେ ଲଢ଼େଇ ହେବ। ସେହିପରି ଯୁଗ୍ମ ସମ୍ପାଦକ ପଦ ପାଇଁ ମହତାବ ଖାନ୍‌ଙ୍କ ବିରୋଧରେ ପ୍ରାର୍ଥି ଅଛନ୍ତି ସୁଜିତ କୁମାର ପ୍ରଧାନ । କୋଷାଧ୍ୟକ୍ଷ ପାଇଁ ଅନୀଲ ବିଶ୍ୱାଳ ଓ ବିକାଶ ପ୍ରଧାନ ପ୍ରତିଦ୍ୱନ୍ଦିତା କରୁଛନ୍ତି । ପରିଷଦ ସଦସ୍ୟ ଭାବରେ ଏକମାତ୍ର ପ୍ରାର୍ଥୀ ଥିବାରୁ ଶୁଭାଶିଷ ସେନାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପଟେ ଲୋଧା କମିଟି ସୁପାରିଶ ଆଧାରରେ ଓସିଏ ସମ୍ବିଧାନର ନିୟମ-୩୨ ଅନୁସାରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି । ଫଳେରେ ଏଥର ନିର୍ବାଚନ ଲଢୁଥିବା ପ୍ରାର୍ଥୀ କେତେ ଦିନ ଓସିଏ କର୍ମକର୍ତ୍ତା ରହିପାରିବେ ସେକଥା ସ୍ପଷ୍ଟ କରିଛନ୍ତି ଓସିଏ ନିର୍ବାଚନ ଅଧିକାରୀ ଏମ୍‌. ଏଲ୍‌. ମଜୁମଦାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.