Below header

ନରସିଂହପୁର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲା: ସବ୍ ଇନ୍ସପେକ୍ଟର ରବିନ୍ଦ୍ର ନାୟକ ନିଲମ୍ବିତ

ଆଠଗଡ(କେନ୍ୟୁଜ୍):  ନରସିଂହପୁର ବହୁ ଚର୍ଚ୍ଚିତ ନାବାଳିକା ଦୁଷ୍କର୍ମ ମାମଲାରେ ଆକ୍ସନ ମୋଡରେ ନରସିଂହପୁର ପୋଲିସ। ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସିପୁ ଅମାନ୍ତକୁ ଗିରଫ କରାଯାଇଛି। ପୂର୍ବରୁ ଏହି ମାମଲାରେ ଶରଧାପୁର ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ସୁଶାନ୍ତ କୁମାର ସାହୁ ଅଭିଯୁକ୍ତ ସିପୁ ଅମାନ୍ତର ଦାଦା ଟୁକୁ ଓରଫ୍ ଶ୍ରବଣ କୁମାର ଅମାନ୍ତ, ବିଜୟାନନ୍ଦ ଅମାନ୍ତ ଏବଂ ସମ୍ପର୍କୀୟ ଭାଇ ପ୍ରଶାନ୍ତ କୁମାର ଆରୁକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏ  ଘଟଣାର ମୁଖ୍ୟ ନାୟକ କୁହାଯାଉଥିବା ନରସିଂହପୁର ଥାନା ସବ୍ ଇନ୍ସପେକ୍ଟର ରବିନ୍ଦ୍ର ନାୟକ ଙ୍କୁ ନିଲମ୍ବିତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.