ଜନ୍ମମାଟିରେ ନାସା ବୈଜ୍ଞାନିକ କୈଳାସ ସାହୁ

ଗଞ୍ଜାମ : ଦୃଢ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ହିଁ ଲକ୍ଷ୍ୟ ସ୍ଥଳରେ ପହଂଚିକବାକୁ ସହାୟକ ହୋଇଥାଏ । ଗାଁ ସ୍କୁଲରୁ ପାଠପଢା ଆରମ୍ଭ କରିଥିବା କୈଳାସ ଏବେ ନାସାର ବୈଜ୍ଞାନିକ । ଗଞ୍ଜାମ ହିଞ୍ଜିଳିକାଟୁ ବ୍ଲକ ବେଲଗାଁର କୈଳାସ ଚନ୍ଦ୍ର ସାହୁ । ସବୁ ପିଲାଙ୍କ ପରି ସେ ମଧ୍ୟ ଗାଁ ବିଦ୍ୟାଳୟରେ ପାଠ ପଢା ଆରମ୍ଭ କରିଥିଲେ । ଜୀବନରେ କିଛି ନୂଆ କରିବାର ଲକ୍ଷ୍ୟ ରଖିଥିଲେ । ସେହି ଦୃଷ୍ଟ ଇଚ୍ଛା ଶକ୍ତି ତାଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଂଚାଇବାରେ ସହାୟକ ହୋଇଛି । କୈଳାସ ଏବେ ବିଶ୍ୱର ସର୍ବୋଚ୍ଚ ଗବେଷଣାଗାର ଆମେରିକାର ନାସାରେ ବୈଜ୍ଞାନିକ । ତାଙ୍କୁ ନେଇ ଗାଁ ଲୋକେ ଗର୍ବିତ ।

ଦୀର୍ଘ ଦିନର ବ୍ୟବଧାନ ପରେ ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି ବୈଜ୍ଞାନିକ କୈଳାସ । ତାଙ୍କୁ ଗାଁରେ ଦେଖି ଗ୍ରାମବାସୀ ବହୁତ ଖୁସି । କୈଳାସ ଗାଁରେ ପହଞ୍ଚିବା ପରେ ଗାଁ ଲୋକେ ତାଙ୍କୁ ନିକଟସ୍ଥ ଏକ ବିଦ୍ୟାଳୟକୁ ପାଛୋଟି ନେଇଥିଲେ । ସେଠାରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ଛାତ୍ରଛାତ୍ରୀଙ୍କ ସହ ବିଜ୍ଞାନ ସମ୍ବଦ୍ଧିୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ କୈଳାସ ।

ନିଜର ଦକ୍ଷତା ଓ ପାରଦର୍ଶିତା ବଳରେ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ପରିଚିିତ ହୋଇପାରିଛନ୍ତି କୈଳାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.