କଂଗ୍ରେସରୁ ଇସ୍ତଫା ଦେଲେ ବିଧାୟକ ନବ ଦାସ

ଭୁବନେଶ୍ବର (କେନ୍ୟୁଜ୍) : ବିଧାୟକ ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ସହ କ୍ଷମା ମାଗିଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାହୁଲ ଗାନ୍ଧିଙ୍କ ପାଖକୁ ପଠାଇ ଦେଇଛନ୍ତି । ଇସ୍ତଫା ପତ୍ରରେ ନବ ଦାସ ଲେଖିଛନ୍ତି, ପିସିସି ସଭାପତିଙ୍କ ବିରୋଧରେ ତାଙ୍କର କୌଣସି ଅଭିଯୋଗ ନାହିଁ । ନିରଞ୍ଜନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ରହିଛି । କିନ୍ତୁ ବିଜେଡିରୁ ୨୦୧୯ରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ତାଙ୍କ ଅଂଚଳ ଲୋକ ଚାହୁଁଛନ୍ତି । ଲୋକମାନେ ଚାହୁଁଛନ୍ତି ତାଙ୍କ ଅଂଚଳର ବିକାଶ ହେଉ ।

ନବୀନ ପଟ୍ଟନାୟକଙ୍କ ସହ ହାତ ମିଳାଏ । ଜାନୁଆରୀ ୨୪ରେ ଲୋକଙ୍କ ପରାମର୍ଶ ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖିବି ବୋଲି ଇସ୍ତଫା ପତ୍ର ଲେଖିଛନ୍ତି ନବ ଦାସ । ଏ ସବୁ କାରଣରୁ କଂଗ୍ରେସର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲି ବୋଲି ନବ ଦାସ ଲେଖିଛନ୍ତି । ଏହାସହ କାର‌୍ୟ୍ୟକାରୀ ସଭାପତି ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି । ଇସ୍ତଫା ସହ ରାହୁଲଙ୍କ ଆଗରେ କ୍ଷମା ମାଗିଛନ୍ତି ନବ ଦାସ ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟାରେ କହିଛନ୍ତି, ବିଶୃଙ୍ଖଳିତ କାର୍ଯ୍ୟ ପାଇଁ ନବଙ୍କୁ ଦଳରୁ ବହିଷ୍କାର କରାଯାଇଛି । ଦଳର ଉଚ୍ଚ କର୍ତ୍ତୃପକ୍ଷ ନବ ଦାସଙ୍କୁ ବହିଷ୍କାର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.