ବିଜେପି ବିରୋଧୀ ମେଣ୍ଟରେ ଯୋଗ ଦେବେ କି ନବୀନ ? କାହିଁକି ମୁଖ୍ଯମନ୍ତ୍ରୀଙ୍କ ସହ କଥାବାର୍ତ୍ତା କଲେ ସିପିଆଇ ସମ୍ପାଦକ ଡି.ରାଜା

ଭୁବନେଶ୍ବର : ବିଜେପି ବିରୋଧୀ କ୍ୟାମ୍ପକୁ ବିଜେଡିକୁ ନେବା ପାଇଁ ହେଉଛି କି ପ୍ରୟାସ । ଗତକାଲି ସିପିଆଇ ବରିଷ୍ଠ ନେତା ଡି ରାଜା ନବୀନ ପଟ୍ଟନାୟଙ୍କୁ ଭେଟିବା ପରେ ରାଜନୈତିକ ମହଲରେ ଏହି ଚର୍ଚ୍ଚା ଚାଲିଛି। ନଭେମ୍ବର ୨୨ରେ ଅଣ ବିଜେପି ଦଳଙ୍କୁ ଏକ୍‌ଜୁଟ୍‌ ହେବାକୁ ଆହ୍ଵାନ ଦେଇଛନ୍ତି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ। ତା ପୂର୍ବରୁ ଡି ରାଜା ନବୀନଙ୍କୁ ସାକ୍ଷାତ କରିଥିବାରୁ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ସାକ୍ଷାତ ସମୟରେ ନଭେମ୍ବର ୨୨ ବୈଠକ ବିଷୟରେ ଆଲୋଚନା ହୋଇ ନଥିବା ରାଜ୍ୟ ସିପିଆଇ ତରଫରୁ କୁହାଯାଇଛି। କିନ୍ତୁ ମୋଦି ସରକାରଙ୍କ ସମୟରେ ଦେଶର ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ବିଷୟରେ ଆଲୋଚନା ହୋଇଥିବା ଦଳ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.