Below header

ସମ୍ପତ୍ତି ଲୋଭ ସୈତାନ ବନାଇ ଦେଲା ବିକ୍ରମକୁ, ଏକାଥରେ ତିନିଜଣଙ୍କୁ ହତ୍ୟା

ପାଟକୁରା (କେନ୍ୟୁଜ୍‌) : ପାରିବାରିକ କଳହ ଓ ତିକ୍ତତା ଏତେ ବୀଭତ୍ସ ହୋଇ ପାରେ ତାହା କଳ୍ପନା କରିବା ମୁସ୍କିଲ । ହେଲେ ଏଭଳି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ମଧୁସୂଦନପୁର ଗାଁରେ । ପାଞ୍ଚ ପାଞ୍ଚ ଜଣକୁ ଆକ୍ରମଣ କରିଛି ।

MURDER-2

ଜମିବାଡ଼ି ଲୋଭ ପିଲାକୁ ଏତେ ତଳକୁ ନେଇ ଗଲା ଯେ ନିଜ ପୋଷ୍ୟ ବାପା ମାଙ୍କୁ ଓ ପିଉସୀଙ୍କ ମୁଣ୍ଡ ଗଡ଼ାଇ ଦେଲା । ଟ୍ରିପଲ ମର୍ଡର ଘଟଣାରେ ଅଭିଯୁକ୍ତ ବିକ୍ରମକୁ ପୋଲିସ୍‌ ଗିରଫ କରିଛି । ସେ ନିଜର ଦୋଷ ମଧ୍ୟ ସ୍ୱୀକାର କରିଥିବା ପୋଲିସ କହିଛି ।

TRIPLE MURDERER
ଅଭିଯୁକ୍ତ ବିକ୍ରମ : ପୁଅ ଭାଙ୍ଗି ଦେଲା ସୁନା ସଂସାର

ଭୋଇ ଦାସ ଓ ସରସ୍ୱତୀ ଦାସ ତାଙ୍କ ନାତି ହିସାବବିକ୍ରମକୁ ପୁଅ କରିଥିଲେ । ତେବେ ତାର ବଦଭ୍ୟାସ ଯୋଗୁଁ ତାକୁ ଜମିବାଡ଼ି ଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ । ଏକଥା ଜାଣିବା ପରେ ବିକ୍ରମ ଗତ ଶନିବାର ଦିନ ମଦ ନିଶାରେ ଆସି ପରିବାର ସାରା ସମସ୍ତଙ୍କୁ କଟୁରୀ ଓ କୋଦାଳରେ ଆକ୍ରମଣ କରିଥିଲା ।

ଏଥିରେ ଭୋଇ ଓ ସରସ୍ୱତୀଙ୍କର ଘଟଣା ସ୍ଥଳରେ ଏବଂ ଡାକ୍ତରଖାନାରେ ପିଉସୀ ପ୍ରତିମାଙ୍କର ମୃତ୍ୟୁ ଘଟିଥିଲା । ଏମିତିକି ନିଜ ଜନ୍ମ କଲା ମା କେତକୀ ଦାସ ଓ ବାପାଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏକ ଧାନ ବିଲରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.