Below header

ଫନି ପାଇଁ ୫ ହଜାର କୋଟି ଟଙ୍କା ସହ ୫ ଲକ୍ଷ ଗ୍ରାମୀଣ ଘର ଯୋଗାଇବାକୁ ମୋଦିଙ୍କ ଆଗରେ ଦାବି ରଖିଲେ ନବୀନ

ପ୍ରାକୃତିକ ବିପର୍ଯ୍ୟୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନରେ ଏକ ମାପଦଣ୍ଡ ଭାବେ ଗ୍ରହଣ କରାଯାଉ। ଏହାସହ ପ୍ରାକୃତିକ ବିପର୍ଯ୍ୟୟ ସମ୍ମୁଖିନ ହେଉଥିବା ରାଜ୍ୟକୁ ଫୋକସ ଷ୍ଟେଟ୍ ଘୋଷଣା କରି, ନିର୍ଦ୍ଦିଷ୍ଟ ସମୟ ପାଇଁ ସ୍ୱତନ୍ତ୍ର ରାଜ୍ୟର ସୁବିଧା ପ୍ରଧାନ କରାଯାଉ। ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏହି ଦାବି ରଖିଛନ୍ତି ନବୀନ। ଏହାସହ ଫନି ପାଇଁ ୫ ହଜାର କୋଟି ଟଙ୍କା ସହ ୫ ଲକ୍ଷ ଗ୍ରାମୀଣ ଘର ଯୋଗାଇ ଦେବାକୁ ଦାବି କରିଛନ୍ତି।

ଉଭୟ ରାଜ୍ୟ ଓ କେନ୍ଦ୍ରରେ ନୂଆ ସରକାର ଗଠନ ପରେ, ମୋଦି-ନବୀନଙ୍କ ଆଜି ଥିଲା ପ୍ରଥମ ସାକ୍ଷାତ। ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସ୍ୱତନ୍ତ୍ରରାଜ୍ୟ ପାହ୍ୟା ଦାବି ଉଠାଇଥିଲେ ନବୀନ। ଓଡ଼ିଶା ବାରମ୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆସୁଛି। କିନ୍ତୁ ବିଭିନ୍ନ ମାନଦଣ୍ଡର ବାହାନା ଦେଖାଇ, ଆଜି ପର୍ଯ୍ୟନ୍ତ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରି ନାହିଁ କେନ୍ଦ୍ର। ଆଜି ମୋଦିଙ୍କୁ ସାକ୍ଷାତ ସମୟରେ, ନବୀନ କହିଥିଲେ ପ୍ରତିବର୍ଷ ରାଜ୍ୟ ବନ୍ୟା, ବାତ୍ୟା କିମ୍ବା ମରୁଡିର ସମ୍ମୁଖିନ ହେଉଛି। ତେଣୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ନେଇ ଥିବା ମାନଦଣ୍ଡରେ, ପ୍ରାକୃତିକ ବିପର୍ଯ୍ୟୟକୁ ସାମିଲ କରାଯାଉ। ଯେଉଁ ଦିନ ଏହା ହୋଇ ନାହିଁ ସେତେ ପର୍ଯ୍ୟନ୍ତ, ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡିକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ଭାବେ ଘୋଷଣା କରାଯାଉ।

pm and cm conver

କିଛି ନିର୍ଦ୍ଧିଷ୍ଟ ସମୟ ପାଇଁ ସ୍ୱତନ୍ତ୍ର ରାଜ୍ୟଗୁଡିକୁ ମିଳୁଥିବା ସୁବିଧା ଫୋକସ ଷ୍ଟେଟ୍ଗୁଡିକୁ ଦିଆଯାଉ। ଫଳରେ ଥଇଥାନ ଓ ଭିତ୍ତିଭୂମି ପୁନରୁଦ୍ଧାର କାମରେ ଏହା ବେଶ ସହାୟକ ହେବ। ଫନି ପ୍ରସଙ୍ଗରେ ମଧ୍ୟ ପିଏମ୍-ସିଏମ୍ ଆଲୋଚନା କରିଥିଲେ। କେନ୍ଦ୍ରଠାରୁ ଏନ୍ଡିଆରଏଫ ଫଣ୍ଡରୁ ୫ ହଜାର ୨୨୮ କୋଟି ଟଙ୍କାର ସହାୟତା ମାଗିଛନ୍ତି ନବୀନ। ଏହସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ପକ୍କାଘର ଯୋଗାଇବାକୁ ମଧ୍ୟ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥିରେ କେନ୍ଦ୍ରୀୟ ଅଂଶଧନ ୯୦ ପ୍ରତିଶତ ରହିବ। ଏଥିସହ କୋଇଲା ରୟାଲଟି ସଂଶୋଧନ ପ୍ରସଙ୍ଗ ଉଠାଇଥିଲେ ମୁଖ୍ୟମନ୍ତ୍ରୀ। ୨୦୧୨ରୁ ରୟାଲଟି ସଂଶୋଧନ ହୋଇ ନାହିଁ। ଏହାକୁ ୧୪ରୁ ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ଦାବି କରାଯାଇଛି। କିନ୍ତୁ ରାଜନୈତିକ ଚର୍ଚ୍ଚାରେ ଥିବା ଆୟୁଷ୍ମାନ ଭାରତ ଓ ଲୋକସଭା ଉପବାଚସ୍ପତି ପ୍ରସଙ୍ଗରେ କୌଣସି ଆଲୋଚନା ହୋଇ ନଥିବା କହିଛନ୍ତି ନବୀନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ବାତ୍ୟା ଫନି ସମ୍ପର୍କରେ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ଗସ୍ତରେ ଥିବା ନବୀନ ଆସନ୍ତା ୧୫ ତାରିଖରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗ ଦେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.