Below header

କଂଗ୍ରେସ ବିଧାୟକଙ୍କ ମିଜାଜ କ’ଣ ? କେଉଁ ଆଡେ ରହିଛି ଗତି? ଏକଜୁଟ ହୋଇ ରହିବେ ନା ଆଗକୁ ବିଜେଡି-ବିଜେପି ମୁହାଁ ହେବେ

ଓଡ଼ିଶାର କଂଗ୍ରେସ ବିଧାୟକଙ୍କ ଗତି କୁଆଡ଼େ? ଦଳର ବିଧାୟକ ସବୁ ଏକଜୁଟ ହୋଇ ରହିବେ ନା ବିଜେଡି କିମ୍ବା ବିଜେପି ମୁହାଁ ହେବେ? ତେଲେଙ୍ଗାନାରେ କଂଗ୍ରେସର ସମୁଦାୟ ୧୮ଜଣ ବିଧାୟକଙ୍କ ମଧ୍ୟରୁ ୧୨ଜଣ ଟିଆରଏସରେ ଯୋଗ ଦେଇଛନ୍ତି । ଓଡ଼ିଶାରେ ଏଭଳି ସ୍ଥିତିର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ।

congress 1

ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ୬ମାସ ନ ପୂରୁଣୁ କଂଗ୍ରେସର ମୋଟ ୧୮ ବିଧାୟକଙ୍କ ମଧ୍ୟରୁ ୧୨ ଜଣ ହାତ ଛାଡ଼ି ଶାସକ ଦଳ ଟିଆରଏସରେ ଯୋଗ ଦେଇଛନ୍ତି । ସେହିପରି ମହାରାଷ୍ଟ୍ରରେ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ୪ ଜଣ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେମାନେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେଙ୍କ ପୁଅ ନିତେଶ ରାଣେ ବିଜେପିରେ ଯୋଗ ଦେବେ ବୋଲି କୁହାଯାଉଛି । ଏବେ ଆମ ରାଜ୍ୟରେ ୯ ଜଣ କଂଗ୍ରେସ ବିଧାୟକଙ୍କ ଗତି କୁଆଡେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନରସିଂହ ମିଶ୍ର କହିଛନ୍ତି, ଦଳ ଛାଡିବା କିଛି ନୂଆ କଥା ନୁହଁ ।

congress

ଓଡ଼ିଶା କଂଗ୍ରେସରେ ତେଲେଙ୍ଗାନା ଭଳି ସ୍ଥିତି ସୃଷ୍ଟି ହେବ କି? ଓଡ଼ିଶାର ୯ଜଣ କଂଗ୍ରେସ ବିଧାୟକଙ୍କ ଗତି କୁଆଡ଼େ? ବିଜେଡି ନା ବିଜେପି ମୁହାଁ ହେବେ ? ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କଂଗ୍ରେସ ବିଧାୟକ ଦଳ ଛାଡିବା ନେଇ ଗୁଜବ ଖେଳିଗଲାଣି ।ଏଥର ବିଧାନସଭା ନିର୍ବାଚନରେ ଯେଉଁଠି କଂଗ୍ରେସର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ ସେମାନଙ୍କ ମଧ୍ୟରୁ କିଛି ଦଳ ଛାଡ଼ିବା ନେଇ ସଂକେତ ଦେଲେଣି । ଏଭିତରେ ପାରଳାଖେମୁଣ୍ଡିର ପୂର୍ବତନ କଂଗ୍ରେସ ବିଧାୟକ କେ ସୁରିଆ ରାଓ ଦଳ ଛାଡ଼ିଛନ୍ତି । ଦଳରେ ଅଣଦେଖା କାରଣରୁ ସେ ଉଲ୍ଲେଖ କରି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଛନ୍ତି ।ଆଗକୁ ରାଜ୍ୟସଭା ନିର୍ବାଚନ । ତେଣୁ ସବୁ ଦଳର ଆଖି କଂଗ୍ରେସ ଉପରେ । ଏଥିପାଇଁ ଓଡ଼ିଶାରେ ତେଲେଙ୍ଗାନା ଭଳି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.