କଲବଲ କରୁଛି ତାତି, ଆଜି ୪୦ ଡିଗ୍ରୀ ଉପରେ ୧୩ ସହରର ତାପମାତ୍ରା

କଲବଲ କଲାଣି ତାତି । ସାରା ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଜି ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ୪୫ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପାରା ୪୦ ଡିଗ୍ରୀ ପାର୍ କରିଛି । ଆଜି ଭୁବନେଶ୍ୱର ତାପମାତ୍ରା ରହିଛି ୪୦.୩ ଡିଗ୍ରୀ । ସେହିଭଳି ହୀରାକୁଦରେ ୪୪.୪, ଝାରସୁଗୁଡ଼ାରେ ୪୪.୨ , ସୋନପୁରରେ ୪୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୪ ଡିଗ୍ରୀ, ତାଳଚେରରେ ୪୨.୫ ଡିଗ୍ରୀ, ବଲାଙ୍ଗୀରରେ ୪୧.୮ ଡିଗ୍ରୀ, ଅନୁଗୁଳରେ ୪୧.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୪୧ ଡିଗ୍ରୀ, ଭବାନୀପାଟଣାରେ ୪୦.୬ ଡିଗ୍ରୀ, ମାଲକାନଗିରିରେ ୪୦.୨ ଡିଗ୍ରୀ ଏବଂ ଚାନ୍ଦବାଲିରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.