ମୌଳିକ ସୁବିଧାରୁ ବଞ୍ଚିତ ପଞ୍ଚାୟତବାସୀଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ଯୁବ ଆଇଏଏସ୍ ଅମ୍ରିତ ଋତୁରାଜ

ସ୍ୱାଧୀନତାର ଦଶନ୍ଧି ପରେ ଦଶନ୍ଧି ବିତିଗଲା । ତଥାପି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି ରାୟଗଡା ଜିଲ୍ଳା ଚନ୍ଦ୍ରପୁର ବ୍ଳକର ବିଭିନ୍ନ ପଞ୍ଚାୟତ ବାସିନ୍ଦା। ଦିନେ ମାଓ ସଂଗଠନର ଚରାଭୂଇଁ ପାଲଟିଥିବା ଏସବୁ ସ୍ଥାନରେ ସରକାରୀଙ୍କ ବାବୁଙ୍କ ପାଦ ପଡୁନଥିଲା । ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଆଶାର ଆଲୋକ ସାଜିଛନ୍ତି ଯୁବ ଆଇଏଏସ୍ ଅଫିସର ଅମ୍ରିତ ଋତୁରାଜ।

ଦୁର୍ଗମ ମାଓ ଇଲାକାରେ ଯୁବ ଆଇଏଏସ୍ । ବାଇକ୍ ଓ ପାଦରେ ଚାଲିଚାଲି ବୁଲିଲେ ପାଖାପାଖି ୬୦ଟି ଗାଁ । ଲୋକଙ୍କୁ ସହାୟତାର ହାତ ବଢାଇବା ପାଇଁ ଉଦ୍ୟମ କରିଛନ୍ତି ଯୁବ ଆଇଏଏସ୍ ଅମ୍ରିତ ଋତୁରାଜ । ଚନ୍ଦ୍ରପୁର ବ୍ଳକର ବୁଡବାଲି, ବିଜାପୁର, ହନୁମନ୍ତପୁର ଆଦି ୬ଟି ପଞ୍ଚାୟତର ପ୍ରାୟ ୬୦ଟି ଗାଁକୁ ଯାଇ ଲୋକଙ୍କ କଥା ଶୁଣିଛନ୍ତି । ମାଓ ଇଲାକରେ ଦୁଇଦିନ ରାତ୍ରୀଯାପନ କରି ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଛନ୍ତି ଋତୁରାଜ ।

ias

ରାୟଗଡାର ଏହି ଦୁର୍ଗମ ଅଞ୍ଚଳ ଗୁଡିକରେ କେବେ ସରକାରୀ ଅଧିକାରୀଙ୍କ ପାଦ ପଡୁନଥିଲା । ଫଳରେ ଏଠାରେ ସରକାରୀ ଯୋଜନା ଠିକ୍ ଭାବେ ପହଞ୍ଚି ପାରୁନଥିବା ଲୋକେ କହିଛନ୍ତି । କେଉଁଠି ପାଣି ପାଇଁ ଲୋକେ ହାହାକାର ହେଉଥିବା ବେଳେ ଆଉ କେଉଁଠି ଶିକ୍ଷା ବ୍ୟବସ୍ଥାକୁ ନେଇ ଅଭିଯୋଗ । ଋତୁରାଜ ପହଞ୍ଚିବା ପରେ ଯୋଜନାକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ଆଶା ସୃଷ୍ଟି ହୋଇଛି । ଚନ୍ଦ୍ରପୁର ଭଳି ଦୁର୍ଗମ ଅଞ୍ଚଳର ଚିତ୍ର ବଦଳାଇବା ପାଇଁ ଅଣ୍ଟା ଭିଡିଛନ୍ତି ଆଇଏଏସ୍ ଅମ୍ରିତ ଋତୁରାଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.