Below header

ନେପାଳରେ ବସ୍ ଦୁର୍ଘଟଣାରେ ପ୍ରାଣ ହାରାଇଲେ ଦୁଇ ଓଡ଼ିଆ

ନେପାଳରେ ବସ୍ ଦୁର୍ଘଟଣାରେ ଦୁଇ ଓଡ଼ିଆଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଡେଲାଙ୍ଗ ଥାନା ଯମୁନା ଗାଁର ବିଜୟ ଜେନା ଏବଂ ଖୋର୍ଦ୍ଧାର ଚରଣ ବିଶ୍ୱାଳ । ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ବିର୍ଜୁଙ୍ଗ ନ୍ୟୁରୋ ହସପିଟାଲରେ ଭର୍ତ୍ତି କରାଯାଇଛି । ଗତ ୬ ତାରିଖ ଦିନ ଡେଲାଙ୍ଗ ଯମୁନା ଗାଁର ବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଡେଲାଙ୍ଗ, ଯମୁନା, ମଳିପଡ଼ା, ଭୁବନେଶ୍ୱର ଆଦି ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦ ଜଣ ନେପାଳ ଓ କାଠମାଣ୍ଡୁ ବୁଲିବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଗୋଟିଏ ସ୍ଥାନରେ ବସ୍ ଅଟକିଥିଲା । ଠିକ୍ ଏହି ସମୟରେ ପଛ ପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କରଙ୍କ ନିକଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.