ବାତ୍ୟା ଫନି ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଏନଡିଏମଏର ରାଜ୍ୟ ସରକାରଙ୍କୁ ପ୍ରଶଂସା

ବାତ୍ୟା ଫନି ମୁକାବିଲା ଓ ପୁନରୁଦ୍ଧାର କାର୍ଯ୍ୟ ନେଇ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ-ଏନଡିଏମଏର ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏନଡିଏମଏ ଟିମ୍ ଆଜି ଏସଆରସି ଓ ବିଭାଗୀୟ ଅଧିକାରୀଙ୍କ ସହ ବାତ୍ୟା ପରିଚାଳନା ନେଇ ଆଲୋଚନା କରିଛନ୍ତି । ଆସନ୍ତାକାଲି ଟିମ୍ ପୁରୀର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ । ଏହାସହ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ରାଜ୍ୟ ସରକାରଙ୍କ ସହ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ-ଏନଡିଏମଏ ଟିମର ଆଲୋଚନା । ବାତ୍ୟା ଫନି ମୁକାବିଲା ସହ ପୁନରୁଦ୍ଧାର କାର୍ଯ୍ୟ ଉପରେ ଆଲୋଚନା କରିଛନ୍ତି ଅଧିକାରୀ । ବାତ୍ୟା ପରିଚାଳନା, ବିପନ୍ନଙ୍କୁ ରିଲିଫ ପ୍ରଦାନ ଓ କ୍ଷୟକ୍ଷତିର ଭରଣା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଛନ୍ତି ଏନଡିଏମଏ ଟିମ । ଏହି ତିନିଜଣିଆ ଟିମ୍ ବାତ୍ୟା ପ୍ରଭାବିତ କିଛି ଅଞ୍ଚଳ ମଧ୍ୟ ପରିଦର୍ଶନ କରିବେ ।

ବାତ୍ୟା ପ୍ରତିରୋଧ ବ୍ୟବସ୍ଥା ଉପରେ ବୈଠକରେ ହୋଇଛି ଆଲୋଚନା । ସହରାଞ୍ଚଳକୁ ହୋର୍ଡିଂ ମୁକ୍ତ କରାଯିବା ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଭୂତଳ କେବଲିଂ ଉପରେ ଗୁରୁତ୍ୱ ଦିଆଯାଇଛି । ବାତ୍ୟା ମୁକାବିଲା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ଏନଡିଏମଏ ଅଧିକାରୀଙ୍କୁ ଅବଗତ କରାଇଛନ୍ତି ରାଜ୍ୟ ସରକାର । ତିନିଦିନିଆ ଗସ୍ତରେ ଆସିଥିବା ଏନଡିଏମଏର ଟିମ ଆସନ୍ତାକାଲି ବାତ୍ୟାରେ ସର୍ବାଧିକ ପ୍ରଭାବିତ ପୁରୀ ଯିବେ । କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ ପରେ ଆସନ୍ତା ୧୩ରେ ସଚିବାଳୟରେ ମୁଖ୍ୟଶାସନ ସଚିବଙ୍କ ସହ ସେମାନେ ଆଲୋଚନା କରିବାର କାଯ୍ୟର୍କ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.