ପାକିସ୍ତାନ କଲା ବିଶ୍ବକପ ବିଜ୍ଞାପନରେ ଅଭିନନ୍ଦନଙ୍କର ଅବିକଳ ନକଲ, ଦେଖନ୍ତୁ ଭିଡିଓ

କ୍ରିକେଟ ହେଉବା ଅନ୍ଯ ଯେକୌଣସି ଖେଳ ସବୁବେଳେ ଭାରତ ଏବଂ ପାକିସ୍ତାନ ମୁକାବିଲାରେ ଦୁଇ ଦେଶରେ ଦେଖିବାକୁ ମିଳିଥାଏ ଉତ୍ସାହର ମାହୋଲ। ଏବେ ସାରା ଦୁନିଆରେ କ୍ରିକେଟ ବିଶ୍ବକପର ଫିବର ଚାଲିଥିବା ବେଳେ ଆଗକୁ ମୈଦାନ ସାମ୍ନାସାମ୍ନୀ ହେବାକୁ ଯାଉଛନ୍ତି ଭାରତ ଏବଂ ପାକିସ୍ତାନ। ତେବେ ଏହାକୁ ଅଧିକ ଆର୍କଷଣୀୟ କରିବା ପାଇଁ ସମସ୍ତ ଦେଶ ତରଫରୁ ବିଭିନ୍ନ ପ୍ରକାରର ବିଜ୍ଞାପନ ମଧ୍ୟ ପ୍ରସ୍ତୁତ କରାଯାଉଛି। କିନ୍ତୁ ଏବେ ନିକଟରେ ପାକିସ୍ତାନ ବିଶ୍ବକପର ଏପରି ଏକ ବିଜ୍ଞାପନ ପ୍ରସ୍ତୁତ କରିଛି ଯାହା ଭାରତୀୟଙ୍କୁ ପହଞ୍ଚାଇଛି ଖୁବ ଆଘାତ। ଯାହାକୁ ଦେଖିଲେ ପାକିସ୍ତାନର ଚିନ୍ତାଧାରା ସମ୍ପର୍କରେ ସ୍ପଷ୍ଟ ଭାବରେ ବାରି ହେଉଛି । ବିଜ୍ଞାପନରେ ଭାରତର ବାୟୁସେନା ପାଇଲଟ ଅଭିନନ୍ଦନ ବର୍ତମାନଙ୍କ ମଜାକ ଉଡାଯାଉଥିବା ଦେଖିବାକୁ ମିଳିଛି ।

ଆପଣଙ୍କ ସୂଚନା ପାଇଁ କହିବାକୁ ଚାହିଁବୁ, ବାୟୁସେନା କମାଣ୍ଡ ଅଭିନନ୍ଦନ ଚଳିତବର୍ଷ ଫେବୃଆରୀ ୨୭ରେ ବାଲାକୋଟ ଏୟାରଷ୍ଟ୍ରାଇକ ପାକିସ୍ତାନରେ ଯାଇ ଫସିଥିଲେ। ପାକିସ୍ତାନ ସେନା ତାଙ୍କୁ ପ୍ରାୟ ଏକ ସପ୍ତାହ ରଖିବା ପରେ ଭାରତକୁ ହସ୍ତାନ୍ତର କରିଥିଲା। ତେବେ ଏହି ସମୟରେ ପାକିସ୍ତାନ ଅଭିନନ୍ଦନଙ୍କ ସୁରକ୍ଷିତ ନେଇ କିଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା। ଯେଉଁଥିରେ ଅଭିନନ୍ଦନ ହାତରେ ଚା କପ ଧରିବା ସହ ପାକିସ୍ତାନ ଆର୍ମି ସହ କଥା ହେଉଥିବାର ଦେଖିଦେଇଥିଲା। ତେବେ ଏବେ ବିଶ୍ବକପ୍ ମାହୋଲରେ ଅଭିନନ୍ଦନ ଭଳି ଦେଖାଯାଉଥିବା ଏକ ମଡେଲର ସାହାରା ନେଇ ପ୍ରସ୍ତୁତ କରାଯାଇଛି ଆଗାମୀ ମ୍ଯାଚର ପ୍ରମୋସନାଲ ବିଜ୍ଞାପନ। ଯାହାକୁ ପାକିସ୍ତାନ ଟେଲିଭିଜନରେ ଦେଖିବାକୁ ମିଳିଛି।

ବିଜ୍ଞାପନରେ ଅଭିନନ୍ଦନ ଭଙ୍ଗୀରେ ଜଣେ ବ୍ଯକ୍ତି ହାତରେ ଚା କପ ଧରି କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛନ୍ତି। ବ୍ଯକ୍ତିଙ୍କୁ ମ୍ଯାଚ୍ ବିଷୟରେ ପଚରାଯାଉଥିବା ବେଳେ ସେ ତାହାର ଉତ୍ତର ଦେଉଛନ୍ତି। ତେବେ ପାକିସ୍ତାନର ଏହି କାରାନାମାକୁ ଖୁବ ନିନ୍ଦା କରିଛନ୍ତି ଭାରତୀୟ ବୁଦ୍ଧିଜୀବୀ। ତେବେ ଖେଳର ବିଜ୍ଞାପନ ପାଇଁ ଦେଶର ସମ୍ନାନକୁ ଆଘାତ କରୁଥିବା ଭଳି ବିଜ୍ଞାପନ ପାଇଁ କାହାଠାରୁ ନିର୍ଦ୍ଧେଶ ମିଳିଛି ସେ ନେଇ କୌଣସି ସୂଚନା ମିଳିନାହିଁ।