Below header

ଚଳନ୍ତା କାରରୁ ମହିଳାଙ୍କୁ ଠେଲିଲେ ସ୍ୱାମୀ, ଶାଶୁ ଓ ଶ୍ୱଶୂର : ଭିଡିଓ ଭାଇରାଲ

କେତେ ନିଷ୍ଠୁର ହୋଇପାରେ ମଣିଷ । ଏହାର ଏକ ଉଦାହରଣ ଦେଖିବାକୁ ମଳିଛି ତାମିଲନାଡୁରେ । ଜଣେ ମହିଳାଙ୍କୁ ଚଳନ୍ତା କାରରୁ ଠେଲି ଦିଆଯାଇଛି । ଦେଖନ୍ତୁ ଏହି ଦୃଶ୍ୟ । ଆପଣଙ୍କୁ ଏହା ବିଚଳିତ କରିବ । ମହିଳାଙ୍କୁ ଠେଲି ଦେବାର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଏହି ଅଭାବନୀୟ ଘଟଣା ଘଟିଛି ତାମିଲନାଡୁର କୋଏମ୍ବାନ୍ତୁରରେ । ଅନ୍ୟ କେହି ନୁହେଁ, ମହିଳା ଜଣଙ୍କୁ ତାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୂର ଧକ୍କା ମାରି କାରରୁ ବାହାରକୁ ପିଙ୍ଗିଦେଇଛନ୍ତି । ମହିଳା ଜଣଙ୍କ ନାଁ ଆରତୀ ଅରୁଣ । ତାଙ୍କ ବୟସ ୩୮ବର୍ଷ । ଆରତିଙ୍କ ସ୍ୱାମୀ ଅରୁଣ ଅମଲରାଜ ପେସାରେ ଜଣେ ଇଂଜିନିୟର । ଏନେଇ ଥାନାରେ ଅଭିଯୋଗ ହୋଇଛି । କିନ୍ତୁ ଏଯାଏଁ ପୋଲିସ କାହାକୁ ଗିରଫ କରି ନଥିବା ଜଣାପଡ଼ିଛି । ସଭ୍ୟ ଓ ଶିକ୍ଷିତ ସମାଜର ଏଭଳି ବର୍ବର ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

video courtesy : NDTV

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.