ବିଦ୍ଯୁତ ବ୍ଯବହାରକାରୀଙ୍କ ପାଇଁ ଖୁସି ଖବର, ୨୦୧୯-୨୦ରେ ପରିବର୍ତ୍ତନ ହେବନି ବିଜୁଳି ଦର

ଗ୍ରାହକଙ୍କ ପାଇଁ ଖୁସିବ ଖବର। ଚଳିତ ବର୍ଷ ବଢିବ ନାହିଁ ବିଦ୍ୟୁତ୍ ଦର। ଏହାକୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ବିଦ୍ୟୁତ୍ ବିଭାଗ। ଜୁନ ୧ରୁ ଲାଗୁ ହେବାକୁ ଥିବା ନୂଆ ଟାରିଫ ଆଜି ଘୋଷଣା ହୋଇଛି। ଯେଉଁ ଗ୍ରାହକ ବର୍ଷର ପ୍ରତିମାସରେ ନିୟମିତ ବିଦ୍ୟୁତ ବିଲ୍ ପୈଠ କରୁଛନ୍ତି ସେମାନଙ୍କୁ ରିହାତି ମିଳିବ। SC/ST ବିଭାଗ ଅଧିନରେ ଥିବା ହଷ୍ଟେଲଗୁଡିକୁ ରିହାତି ମିଳିବ। ଏହାସହ ସ୍ୱଜଳାଧାର ଗ୍ରାହକଙ୍କୁ ମିଳିବ ରିହାତି। ଓନ୍ ୟୋର ଟ୍ରାନଫର୍ମର ସ୍କିମ ଓ ତତ୍କାଳ ସ୍କିମ୍ ଜାରି ରହିବ। ଫୁଡ୍ ପ୍ରୋସେସିଂ ୟୁନିଟ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କୁକୁଡା ଚାଷ କରୁଥିବା ଚାଷୀଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.