Below header

କାହିଁକି ହାରିଲେ ବିଜେଡିର ୩୪ ବିଧାୟକ ଓ ୮ ସାଂସଦ? ଖୋଜାଚାଲିଛି ଚଳିତ ନିର୍ବାଚନରେ ପରାଜୟର କାରଣ

ଭୁବନେଶ୍ବର(କେନ୍ୟୁଜ୍) : ପରାଜୟର ପୋଷ୍ଟମର୍ଟମ। କାହିଁକି ହାରିଲେ ବିଜେଡିର ୩୪ ବିଧାୟକ ପ୍ରାର୍ଥୀ ଓ ୯ ଲୋକସଭା ପ୍ରାର୍ଥୀ? ଏହା ପଛର କାରଣ କଣ ହୋଇପାରେ। ଫଳାଫଳ ପରେ ଏବେ ଚାଲିଛି କାରଣ ଖୋଜା। ପରାଜିତ ନେତାଙ୍କୁ ଭେଟୁଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେମାନଙ୍କ ସହ ଆଲୋଚନା କରୁଛନ୍ତି। ଏଥିପାଇଁ ନବୀନ ନିବାସରେ ନେତାଙ୍କ ଭିଡ଼। ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ୧୧୨ଟି ଆସନରେ ବିଜୟୀ ହୋଇଛନ୍ତି। ବିଜେପି ଖାତାରେ ୨୩, କଂଗ୍ରେସ ୯ ଓ ଅନ୍ୟାନ୍ୟ ୨ଟି ଆସନରେ ବିଜୟ ଲାଭ କରିଛନ୍ତି। ୨୦୧୪ରେ ବିଜେଡି ୧୧୭ ବିଧାନସଭା ଆସନରେ ବାଜିମାତ କରିଥିଲା। ଏବର୍ଷ ୫ଟି ଆସନ ଖସିଛି। ଏଥର କେବଳ ପାଟକୁରା ବିଧାନସଭା ଆସନକୁ ଛାଡ଼ିଦେଲେ ୧୫୪ ଆସନରେ ଭୋଟ୍‌ ନିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.