Below header

ପାକିସ୍ତାନର ଏହି ସ୍ଥାନ, ଯେଉଁଠି ମହିଳାମାନେ ୮୦ ବର୍ଷ ବୟସରେ ମଧ୍ୟ ଲାଗିଥାନ୍ତି ସୁନ୍ଦରୀ ଏବଂ ଚାର୍ମିଂ

ନିଜକୁ ଯୌବନପୂର୍ଣ୍ଣ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ କରିବାକୁ କିଏ ବା ଚାହେଁ ନାହିଁ। ଅବଶ୍ୟ ବୟସ ସହିତ ଲୋକଙ୍କର ଯୌବନ ଏବଂ ସୌନ୍ଦର୍ଯ୍ୟ ଦୁଇଟି କ୍ଷୟ ହେବାକୁ ଲାଗିଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାକିସ୍ତାନରେ ଏମିତି ଏକ ସ୍ଥାନ ରହିଛି ଯେଉଁଠି ମହିଳା ୮୦ ବର୍ଷ ବୟସରେ ମଧ୍ୟ ୩୦-୪୦ ବର୍ଷର ଲାଗିଥାନ୍ତି।

hunza womenପାକିସ୍ତାନର ଏହି ମହିଳାଙ୍କୁ ଦୁନିଆର ସବୁଠାରୁ ସୁନ୍ଦରୀ ବୋଲି କୁହାଯାଏ। ଏଠାକାର ମହିଳାମାନେ ବୁଢ଼ି ହେଲେ ମଧ୍ୟ ଯୌବନପୂର୍ଣ୍ଣ ଦେଖାଯାନ୍ତି। ସେହିଭଳି ଏଠାକାର ପୁରୁଷ ମାନେ ୯୦ ବର୍ଷ ବୟସରେ ମଧ୍ୟ ବାପା ହୋଇପାରିବେ।

ଆମେ କହୁଛୁ ହୁଞ୍ଜା ସମୁଦାୟର ଲୋକଙ୍କ ବିଷୟରେ, ଯେଉଁମାନେ ଉତ୍ତର ପାକିସ୍ତାନର କାରାକୋରମ ପାହାଡରେ ଥିବା ହୁଞ୍ଜା ଘାଟିରେ ରହନ୍ତି। କୁହାଯାଏ ଯେ ଏଠାକାର ଲୋକମାନେ ୧୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି।
ହୁଞ୍ଜା ସମୁଦାୟର ଲୋକଙ୍କୁ ବୁରୂଶୋ ମଧ୍ୟ କୁହାଯାଏ। ଏମାନେ ବୁରୁଶାସ୍କୀ ଭାଷା କହିଥାନ୍ତି। କୁହାଯାଏ ଯେ ଏହି ସମୁଦାୟ ସିକନ୍ଦର ମହାନ ସେନାର ବଂଶଜ ଅଟନ୍ତି।

hunza communityକୁହାଯାଏ ଯେ ହୁଞ୍ଜା ସମୁଦାୟର ଲୋକ ପାକିସ୍ତାନର ଅନ୍ୟ ସମୁଦାୟର ଲୋକମାନଙ୍କ ଠାରୁ ବହୁତ ଅଧିକ ଶିକ୍ଷିତ ଅଟନ୍ତି। ହୁଞ୍ଜା ଘାଟିରେ ଏମାନଙ୍କର ସଂଖ୍ୟା ୮୫ ହଜାର ରୁ ମଧ୍ୟ ଅଧିକ ଅଟେ। ଏହି ସମୁଦାୟ ମୁସଲିମ ଧର୍ମକୁ ମାନିଥାନ୍ତି ଏବଂ ସେମାନଙ୍କର ସମସ୍ତ କାର୍ଯ୍ୟକଳାପ ମୁସସଲିମ ଭଳି ଅଟେ।

ହୁଞ୍ଜା ଘାଟି ପାକିସ୍ତାନର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ। ଦୁନିଆସାରା ଲୋକ ଏଠାକୁ ପାହାଡର ସୁନ୍ଦରତାକୁ ଦେଖିବାକୁ ଆସିଥାନ୍ତି। ଏହି ସମୁଦାୟ ଉପରେ ଆନେକ ବହି ମଧ୍ୟ ଲେଖା ସରିଛି। ଯେଉଁଥିରେ ‘ଦ ହେଲ୍ଦି ହୁଞ୍ଜାଜ’ ଏବଂ ‘ଦ ଲାଷ୍ଟ କିଙ୍ଗଡମ ଅଫ୍ ହିମାଳୟଜ’ ସାମିଲ ଅଛି।

ଏହା ସହ ପଢ଼ନ୍ତୁ : ଏମିତି ଏକ ସମାଜ ଯେଉଁଠାରେ ମହିଳାଙ୍କୁ ମିଳିଛି ସ୍ବାଧୀନତା ଏବଂ ପୁରୁଷ ରୁହନ୍ତି ପରଦା ପଛରେ !

ଏହି ସମୁଦାୟର ଲୋକ ଶାରୀରିକ ଏବଂ ମାନସିକରୁ ବହୁତ ମଜବୁତ ହୋଇଥାନ୍ତି। କୁହାଯାଏ ଯେ ଏଠାକାର ଲୋକଙ୍କର ଜୀବନଶୈଳୀ ସେମାନଙ୍କର ଲମ୍ଭା ଜୀବନର କାରର ଅଟେ। ଏମାନେ ସକାଳ ୫ଟା ବେଳେ ଉଠିଯାନ୍ତି। ଏଠାକାର ଲୋକ ସାଇକେଲ କିମ୍ବା ଗାଡିର ବ୍ୟବହାର କରନ୍ତି ନାହିଁ ଏବଂ ପାଦରେ ଅଧିକାଂଶ ଚାଲିଥାନ୍ତି।

hunzaକୁହାଯାଏ ଯେ ଏଠାକାର ଲୋକମାନେ ଦିନରେ କେବଳ ଦୁଇଥର ହିଁ ଖାଦ୍ୟ ଖାଇଥାନ୍ତି। ପ୍ରଥମ ଥର ଦ୍ବିପ୍ରହର ୧୨ଟା ବେଳେ ଏବଂ ଦ୍ବିତୀୟ ଥର ରାତିରେ ୮-୯ଟା ସମୟରେ। ଏମାନଙ୍କ ଖାଦ୍ୟରେ ପରିବା, କ୍ଷୀର, ଫଳ, ଲହୁଣୀ ଆଦି କୌଣସି ଜିନିଷ ମିଶିନଥାଏ।

ହୁଞ୍ଜା ସମୁଦାୟର ଲୋକମାନେ ସାଧାରଣତଃ ବାଜରା, ଗହମର ଅଟା ଖାଇଥାନ୍ତି, ଯେଉଁଟା ସେମାନଙ୍କୁ ଶାରୀରିକ ଭାବରେ ମଜବୁତ କରିବାରେ ସାହାଯ୍ୟ କରିଥାଏ। କୁହାଯାଏ ଯେ ଏମାନେ ମାଂସର ସେବନ ବହୁତ କମ୍ କରିଥାନ୍ତି। କୌଣସି ଖାସ ଅବସରରେ ହିଁ ଏଠାରେ ମାଂସ ହୋଇଥାଏ। କିନ୍ତୁ ସେଥିରେ ବି ଲୋକ ବହୁତ ଭାବି ଚିନ୍ତି ଖାଇଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.