ଟିଏମ୍‌ସି ୪୧% ମହିଳାଙ୍କୁ ଲୋକସଭା ପ୍ରାର୍ଥୀ କରିବା ପ୍ରସଙ୍ଗ , ମମତାଙ୍କ ପଦକ୍ଷେପକୁ ପ୍ରଶଂସା କଲେ ନବୀନ

ଭୁବନେଶ୍ବର(କେନ୍ୟୁଜ୍) : ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ମହିଳା ପ୍ରାର୍ଥୀ ତାଲିକା ଘୋଷଣା ପରେ ଖୁସି ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶରୁ ଅଧିକ ମହିଳା ପ୍ରାର୍ଥୀ ତାଲିକା ଘୋଷଣା କରି ମମତା ମହିଳା ସଶକ୍ତିକରଣ ଦିଗରେ ନୂଆ ପଦକ୍ଷେପ ନେଇଛନ୍ତି । ଏଭଳି ପଦକ୍ଷେପ ଦେଶର ରାଜନୀତି ଓ ବିକାଶରେ ଆଖିଦୃଶିଆ ପରିବର୍ତ୍ତନ ଆଣିପାରିବ ବୋଲି ନବୀନ କହିଛନ୍ତି । ପୂର୍ବରୁ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ବିଜେଡି ଅଭିଯାନ ଆରମ୍ଭ କରିଥିଲେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳର ମୁଖ୍ୟଙ୍କୁ ଚିଠି ଲେଖି ସମର୍ଥନ ଲୋଡ଼ିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.