Below header

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି , ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି ଦୋହରାଇଛନ୍ତି

ଭୁବନେଶ୍ବର(କେନ୍ୟୁଜ୍) : ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଓଡିଶାର ଦାବିକୁ ସ୍ୱତନ୍ତ୍ର ଭାବରେ ବିବେଚନା କରିବା ପାଇଁ ଅନୁରୋଧ କରିଛନ୍ତି । ଓଡିଶା ସବୁବେଳେ ପ୍ରାକୃତିକ ବିପର‌୍ୟ୍ୟୟ ସହ ମୁକାବିଲା କରୁଛି । ଏହାସତ୍ତ୍ୱେ ଓଡିଶାରେ ଗରିବୀ କମିଛି । ଅଭିବୃଦ୍ଧି ହାର ଜାତୀୟ ସ୍ତର ଠାରୁ ଅଧିକ ରହିଛି । ହେଲେ କେନ୍ଦ୍ର ସରକାରଙ୍କ ଅଧୀନ ଅନେକ କ୍ଷେତ୍ରରେ ଓଡ଼ିଶା ପଛରେ ରହିଛି । ଟେଲି ଡେନସିଟି ଠାରୁ ଆରମ୍ଭ କରି ରେଳବାଇ ନେଟୱର୍କ, ବ୍ୟାଙ୍କିଙ୍ଗ ନେଟୱର୍କ, ଜାତୀୟ ରାଜପଥ, ଏୟାର କନେକ୍ଟଭିଟି ଆଦି କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଛି । ବର୍ଷ ବର୍ଷ ଧରି କେନ୍ଦ୍ରୀୟ ଅବହେଳା ସାଙ୍ଗକୁ ବାରମ୍ବାର ପ୍ରାକୃତିକ ବିପର‌୍ୟ୍ୟୟ ଓଡ଼ିଶା ଆଗକୁ ବଢ଼ିବାରେ ରୋକୁଛି । ଏଥିପାଇଁ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାକୁ ଦୃଷ୍ଟିରେ ରଖି ଓଡିଶାର କଥାକୁ ସ୍ୱତନ୍ତ୍ର ଭାବେ ବିଚାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.