ଲଦାଖରେ ବରଫଝଡ଼ର ଭୟଙ୍କର ପ୍ରକୋପ , ଖାରଦୁଙ୍ଗ-ଲାରେ ପ୍ରବଳ ବରଫ ଝଡ଼ରେ ୪ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ

ଲଦାଖ(କେନ୍ୟୁଜ୍) : ଜମ୍ମୁ-କାଶ୍ମୀର ଲଦାଖରେ ବରଫଝଡ଼ର ଭୟଙ୍କର ପ୍ରକୋପ। ଖାରଦୁଙ୍ଗ-ଲାରେ ପ୍ରବଳ ବରଫ ଝଡ଼ରେ ୪ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଏବେ ବି ୬ଜଣ ନିଖୋଜ ରହିଛନ୍ତି। ବରଫ ତଳେ ୧୦ଜଣ ପର‌୍ୟ୍ୟଟକ ଫସି ଯାଇଥିଲେ। ଏମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ଓ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଜାରି ରହିଛି । କିଛି ଦିନ ହେବ ଲଦାଖ ସମେତ ପୂରା ଜାମ୍ମୁ-କାଶ୍ମୀର ଓ ହିମାଚଳ ପ୍ରଦେଶରେ ବରଫ ଝଡର ତାଣ୍ଡବ ଦେଖିବାକୁ ମିଳୁଛି ।

fghଗତକାଲି ସକାଳେ ଖାରଦୁଙ୍ଗ-ଲାରେ ଏକ ବରଫ ପାହାଡ ଖସି ପଡ଼ିଥିଲା । ଫଳରେ ସେଠାରେ ଥିବା କିଛି ପର୍ଯ୍ୟଟକ ଚାପି ହୋଇଯାଇଥିଲେ । ଖାରଦୁଙ୍ଗ-ଲା ବିଶ୍ୱର ସବୁଠୁ ଉଚ୍ଚ ସଡ଼କ । ଏହା ସମୁଦ୍ର ପତ୍ତନ ଠାରୁ ୧୮ ହଜାର ଫୁଟ ଉପରେ ରହିଛି । ଏଠାରେ ତାପମାତ୍ରା ମାଇନସ୍‌ ୧୫ ଡିଗ୍ରୀ ସେଲସିୟସରୁ ବି କମ୍‌ ରହିଥାଏ । ତେଣୁ ଉଦ୍ଧାରକାର‌୍ୟ୍ୟକୁ ତ୍ୱରାନ୍ଵିତ କରିବାରେ ସେନା ଓ ପୋଲିସ ପାଇଁ ଅସୁବିଧା ହେଉଛି । ଫସି ରହିଥିବା ୬ଜଣ ପର‌୍ୟ୍ୟଟକଙ୍କ ସଂପର୍କରେ ଏପର‌୍ୟ୍ୟନ୍ତ କୌଣସି ସୂଚନା ମିଳିନାହିଁ । ଆଗାମୀ ଦୁଇ ଦିନ ପର‌୍ୟ୍ୟନ୍ତ ତୁଷାରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.