ଶେଷ ହୋଇଛି ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବରାତ୍ର ପୂଜା ଓ ରଥଯାତ୍ରା

ଯାଜପୁର ଟାଉନ(କେନ୍ୟୁଜ୍‌) : ଶେଷ ହୋଇଛି ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ଙ୍କ ନବରାତ୍ର ପୂଜା ଓ ରଥଯାତ୍ରା। ଗତକାଲି ମହା ନବମୀ ରେ ମା’ ଙ୍କ ରଥଯାତ୍ରା ଶେଷ ହେବା ପରେ ମା’ ଙ୍କ ଚଳନ୍ତି ପ୍ରତିମା ରଥରୁ ଓଲ୍ହାଇ ବିଳମ୍ବିତ ରାତିରେ ଲାଖବିନ୍ଧା ପଡିଆ କୁ ଯାଇ ଚାରି ଦିଗକୁ ଶର ନିକ୍ଷେପ କରି ମହିଷାସୁରକୁ ବଦ୍ଧ କରିଥିଲେ। ବିଳମ୍ବିତ ରାତ୍ରୀ ରେ ହେଉଥିବା ଏହି ପରମ୍ପରା ସମୟରେ କେବଳ ସୀମିତ ସଂଖ୍ୟକ ସେବାୟତ ଉପସ୍ଥିତ ରହିଥିଲେ।

maa biraja

ଆଜି ମା’ ଙ୍କ ପୀଠରେ ବିଜୟା ଦଶମୀ ପାଳିତ ହେଉଛି। ସେପଟେ ଚଳିତ ବର୍ଷ ଶାନ୍ତି ଶୃଙ୍ଖଳା ରେ ମା’ ଙ୍କ ପୂଜା ଶେଷ ହୋଇଥିବାରୁ ସେବାୟତ ଓ ଶ୍ରଦ୍ଧାଳୁଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ଦିର ପ୍ରଶାସକ ।

maa biraja.

ଚଳିତବର୍ଷ କୋରନା ଜନିତ କଟକଣା ଯୋଗୁଁ ମନ୍ଦିର ଚାରିପଟେ ୧୪୪ ଧାରା ଲାଗିଥିଲା । ଆଜି ଠାରୁ ସେହି କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ। ଗତ ୯ଦିନ ଧରି ଚାଲିଥିବା ମା ଙ୍କ ଲୀଳାଖେଳା ର ଶେଷ ହୋଇଛି । ଅପେକ୍ଷା ଆର ବର୍ଷକୁ।

ପ୍ରଶାସନ ପକ୍ଷରୁ ଲଗାଯାଇଥିବା କଟକଣା ହଟାଇ ଦିଆଯିବା ପରେ ଶ୍ରଦ୍ଧାଳୁମାନେ ମନ୍ଦିର ପାଖରୁ ମୁଣ୍ଡିଆ ମାରିବାର ସୁଯୋଗ ପାଇଛନ୍ତି। ସେପଟେ ଚଳିତ ପୂଜାରେ ସେବାୟତ ଓ ଶ୍ରଦ୍ଧାଳୁମାନଙ୍କ ସହଯୋଗ ଫଳରେ ନବରାତ୍ର ପୂଜା ସୁରୁଖୁରୁରେ ଶେଷ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ଦିର ପ୍ରଶାସକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.