ରାଜଧାନୀରୁ ସୁପାରୀ କିଲର ଗିରଫ, ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ନେଇଥିଲା ସୁପାରୀ

ଭୁବନେଶ୍ବର(କେନ୍ଯୁଜ୍):ରାଜଧାନୀରୁ ଧରାପଡିଲା ସୁପାରି କିଲର । ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ । ଅଭିଯୁକ୍ତ ନିକଟରୁ ୨ଟି ବନ୍ଧୁକ ଓ ଗୁଳି ଜବତ ହୋଇଛି। ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ନେଇଥିଲା ସୁପାରୀ। ଅଭିଯୁକ୍ତ ଜଣକ ନୟାପଲ୍ଲୀ ସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ବାଇକ୍‌ରେ ଯାଉଥିବା ଖବର ପାଇ ତା’ ପିଛା କରିଥିଲା ନୟାପଲ୍ଲୀ IIC ଓ ତାଙ୍କ ଟିମ୍‌ । ପୋଲିସକୁ ଦେଖି ଫାୟାରିଂ କରିଥିଲା ସୁପାରୀ କିଲର ।

ଏଥିରେ IIC ଓ ଜଣେ SI ଅଳ୍ପକେ ରକ୍ଷା ପାଇଥିଲେ । ଏହାପରେ ତୁରନ୍ତ ଅଭିଯୁକ୍ତକୁ କାବୁ କରିନେଇଥିଲେ । ବ୍ୟବସାୟିକ ଶତ୍ରୁତାରୁ ଜଣେ ବ୍ୟବସାୟୀଙ୍କୁ ହତ୍ୟା ପାଇଁ ମିଳିଥିଲା ସୁପାରି। ଜଗତସିଂହପୁର ଅଞ୍ଚଳର ସୁପାରୀ କିଲର ସମ୍ପଦ ସାହୁ । ଅଭିଯୁକ୍ତ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି । ସମ୍ପଦର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.