କୁଚିଣ୍ଡାରେ ଟ୍ରିପଲ ମର୍ଡର: ଜମିବାଡି କାରଣରୁ ଟାଙ୍ଗିଆରେ ହାଣିଲା ପଡୋଶୀ

ସମ୍ବଲପୁର(କେନ୍ୟୁଜ୍): କୁଚିଣ୍ଡାରେ ଟ୍ରିପଲ ମର୍ଡର। ଜମିବାଡି ବିବାଦରୁ ୩ ଜଣକୁ ଟାଙ୍ଗିଆ ହାଣିଲା ପଡୋଶୀ । ତିନି ଜଣ ହେଲେ ଗୋଟିଏ ପରିବାର ଝିଅ,ଜ୍ବାଇଁ ଓ ଶାଶୁ ବୋଲି ଜଣାପଡିଛି।  ମହୁଲପାଲି ଥାନା ଅନ୍ତର୍ଗତ ଲପଡା ଗାଁର ପିରୁବତୀ ବେହେରା (୫୬)ଶାଶୁ ,ଗିରିଧାରୀ ସାହୁ (୪୫)ଜୋଇଁ, ସବିତ୍ରୀ ବେହେରା( ୩୭ )ଝିଅଙ୍କୁ ପଡୋଶୀ  ଘରର ନବୀନ ଦେହେରୀ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଘଟଣା ସ୍ଥଳରେ ମହୁଲପାଲି ପୋଲିସ ପହଞ୍ଚି ଅଭିଯୁକ୍ତ ସହ ତାର ପରିବାର ଲୋକଙ୍କୁ ଅଟକ ରଖିଛି। ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାଜକିଶୋର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.