ଆଳିରେ ଦେୱାନୀ ଓ ଫୌଜଦାରୀ ଅଦାଲତର ନୂତନ ଗୃହ ଉଦଘାଟନ କଲେ।ମୁଖ୍ୟ ବିଚାରପତି

କେନ୍ଦ୍ରାପଡା ଜିଲ୍ଲା ଆଳିରେ ଦେୱାନୀ ଓ ଫୌଜଦାରୀ ଅଦାଲତର ନୂତନ ଗୃହ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁଭାଶିଷ୍ ତାଳପତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେୱାନୀ ଓ ଫୌଜଦାରୀ ଅଦାଲତର ନୂତନ ଗୃହର ଉଦଘାଟନ କରିଥିଲେ।

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳିରେ ଦେୱାନୀ ଓ ଫୌଜଦାରୀ ଅଦାଲତର ନୂତନ ଗୃହ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସୁଭାଶିଷ୍ ତାଳପତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେୱାନୀ ଓ ଫୌଜଦାରୀ ଅଦାଲତର ନୂତନ ଗୃହର ଉଦଘାଟନ କରିଥିଲେ। ୫କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଅତ୍ୟାଧୁନିକ ନୂତନକୋର୍ଟ ଗୃହଟି ନିର୍ମାଣ କରାଯାଇଛି।

ପ୍ରଥମେ ମୁଖ୍ୟ ବିଚାରପତି କୋର୍ଟ ଗୃହ ଉଦଘାଟନ କରିବା ପରେ କୋର୍ଟ ପରିସରରେ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ଆୟୋଜିତ ଉଦଘାଟନି ଉତ୍ସବରେ ମୁଖ୍ୟ ବିଚାରପତି ସୁଭାଶିଷ୍ ତାଳପତ୍ର ଙ୍କ ସହିତ ଓଡିଶା ହାଇକୋର୍ଟ ବିଲ୍ଡିଂଗ କମିଟିର ଚେୟାର ମ୍ୟାନ ଡକ୍ଟର ଜଷ୍ଟିସ ବି ଆର ଷଡଙ୍ଗୀ,ଜଷ୍ଟିସ ଏସ.କେ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.