UIIC ରେ ତୁରନ୍ତ କରନ୍ତୁ ଆବେଦନ, ୧ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦରମା

ୟୁନାଇଟେଡ ଇଣ୍ଡିଆ ଇନ୍ସୋରାନ୍ସ କମ୍ପାନୀ ଲିମିଟେଡରେ ଚାକିରି ପାଇଁ କରନ୍ତୁ ଆବେଦନ । ଇଚ୍ଛୁକ ପ୍ରାର୍ଥୀ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ । ଦରମା ମାସକୁ ୧ ଲକ୍ଷରୁ ଅଧିକ ମିଳିବ ।

ୟୁନାଇଟେଡ ଇଣ୍ଡିଆ ଇନ୍ସୋରାନ୍ସ କମ୍ପାନୀ ଲିମିଟେଡରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ । ଏଠାରେ ଆଡମିନିଷ୍ଟ୍ରେଟିଭ ଅଫିସର ପଦବୀ ପାଇଁ ଭର୍ତ୍ତି ହେଉଛି । ଇଚ୍ଛୁକ ପ୍ରାର୍ଥୀ କେବଳ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଆପଣଙ୍କୁ ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ପ୍ରାର୍ଥୀ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ uiic.co.in କୁ ଯାଆନ୍ତୁ ।

ପଦବୀ ବିବରଣୀ : ୧୦୦

ଲିଗାଲ ସ୍ପେଶାଲିଷ୍ଟ : ୨୫

ଆକାଉଣ୍ଟସ/ଫାଇନାନ୍ସ ସ୍ପେଶାଲିଷ୍ଟ : ୨୪

କମ୍ପାନୀ ସେକ୍ରେଟାରୀ: ୩

ଡକ୍ଟର: ୨୦

ଇଂଜିନିୟର : ୨୨

ଏଗ୍ରିକଲ୍ଚର ସ୍ପେଶାଲିଷ୍ଟ : ୩

ଏକ୍ୟୁଟେରିଜ: ୩

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୪ ସେପ୍ଟେମ୍ବର ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ୨୧ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଆବେଦନ ଶୁଳ୍କ : ସାଧାରଣ ବର୍ଗ ପ୍ରାର୍ଥୀ ୧୦୦୦ ଟଙ୍କା ଜିଏସଟି ସହିତ ଆବେଦନ କରିପାରିବେ । ସେହିପରି ଏସସି/ଏସଟି, PWD ପ୍ରାର୍ଥୀ ୨୫୦ ଟଙ୍କା ଦେଇ ଆବେଦନ କରିପାରିବେ ।

ଦରମା : ଚୟନିତ ପ୍ରାର୍ଥୀଙ୍କୁ ପଦବୀ ହିସାବରେ ଦରମା ମିଳିବ । ତେବେ ୫୦,୯୨୫ରୁ ଆରମ୍ଭ କରି ୯୬,୭୬୫ ପର୍ଯ୍ୟନ୍ତ ଦରମା ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ଅନଲାଇନ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ଜରିଆରେ ହେବ । କେବଳ ଡାକ୍ତର ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ ହେବ ।

ଅଧିକ ଜାଣିବା ପାଇଁ ୱେବସାଇଟକୁ ଯାଇ କ୍ଲିକ୍‌ କରନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.