Below header

ଗୋରୁ ବୋଝେଇ ଗାଡ଼ି ଜବତ କଲେ ବଜରଙ୍ଗ ଦଳ

କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କୁଜିବର ନିକଟରୁ ଗୋରୁ ବୋଝେଇ  ଟାଟା ଏସି ଜବତ କଲେ ବଜରଙ୍ଗ ଦଳ l ଗାଡିଟି ନୂଆ ଗାଁ ରୁ ୪ ଟି ବାଛୁରୀ ଲୋଡ଼ କରି ତେରୁଆଁ ଗାଁ ଅଭିମୁଖେ ଯାଉଥିଲା l ବିଶେଷ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ମାନେ ଉକ୍ତ ଗାଡ଼ିଟିକୁ ପିଛା କରି କୁଜିବର ନିକଟରେ ଅଟକାଇଥିଲେ l

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ କୁଜିବର ନିକଟରୁ ଗୋରୁ ବୋଝେଇ ଗାଡ଼ି ଜବତ କଲେ ବଜରଙ୍ଗ ଦଳ l ଗାଡିଟି ନୂଆ ଗାଁ ରୁ ୪ ଟି ବାଛୁରୀ ଲୋଡ଼ କରି ତେରୁଆଁ ଗାଁ ଅଭିମୁଖେ ଯାଉଥିଲା l ବିଶେଷ ସୂତ୍ରରୁ ଖବର ପାଇ ବଜରଙ୍ଗ ଦଳର ସଦସ୍ୟ ମାନେ ଉକ୍ତ ଗାଡ଼ିଟିକୁ ପିଛା କରି କୁଜିବର ନିକଟରେ ଅଟକାଇଥିଲେ l
ପରେ ଗାଡିକୁ ସୁରକ୍ଷା ଦେଇ ନେଉଥିବା କର୍ମୀ ଓ ବଜରଙ୍ଗ ଦଳର କର୍ମୀମାନଙ୍କ ମଧ୍ୟରେ ବଚସା ହୋଇଥିଲା l ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ଗାଡ଼ି, ଗାଡ଼ି ଚାଳକ ଓ ଗୋ ମାଫିଆଙ୍କୁ ଥାନାର ହସ୍ତାନ୍ତର କରାଯାଇଛି l
ଅତି ଆଶ୍ଚର୍ଯ୍ୟ ର ବିଷୟ ଏହି କି ଯେ ଗାଡ଼ିର 2016 ରୁ ଇନ୍ସୁରାନ୍ସ ନଥିବା ବେଳେ ହାଇ ସିକୁରିଟି ନମ୍ବର ପ୍ଲେଟ ନ ଲାଗି ଗାଡ଼ି ଚଳା ଚଳ ହେଉଥିବାରୁ ଏହା ଉପରେ ସାଧାରଣ ଲୋକଙ୍କର ସନ୍ଦେହ ସୃଷ୍ଟି ହୋଇଛି l
ଅନ୍ୟପକ୍ଷରେ ଚୌଦ୍ୱାର ଥାନା ଅଧୀନରେ ଥିବା ବହୁ ଗ୍ରାମରୁ ଗୋ ମାଫିଆ ମାନେ ବେ ଧଡ଼କ ଭାବେ ବେଆଇନ ଗୋ ଚାଲାଣ କରିଆସୁଛନ୍ତି l ଯାହାକୁ ନେଇ ପୋଲିସର କାର୍ଯ୍ୟାଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.