ଚିନ୍ତା ବଢାଇଲା କୋଭିଡ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଆଡଭାଇଜରୀ ଜାରି

ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଆଡଭାଇଜରୀ ଜାରି କରିଛନ୍ତି ସ୍ବାସ୍ଥ୍ୟ ସଚିବ । କେରଳ ଓ କିଛି ରାଜ୍ୟରେ କରୋନାର ନୂଆ ଭୂତାଣୁ JN.1 ଚିହ୍ନଟ ହେବା ପରେ ସତର୍କ କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।

ନୂଆଦିଲ୍ଲୀ: ପୁଣି ଚିନ୍ତା ବଢାଇଲା କୋଭିଡ। ଗୋଟିଏ ଦିନରେ ୫ ଜଣଙ୍କ ମୃତ୍ୟୁ ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଆଡଭାଇଜରୀ ଜାରି କରିଛନ୍ତି ସ୍ବାସ୍ଥ୍ୟ ସଚିବ । କେରଳ ଓ କିଛି ରାଜ୍ୟରେ କରୋନାର ନୂଆ ଭୂତାଣୁ JN.1 ଚିହ୍ନଟ ହେବା ପରେ ସତର୍କ କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଆଡଭାଇଜରି ଜାରି କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ।
ଆଗକୁ ପାର୍ବଣ ଥିବାରୁ ଉତ୍ସବ ସ୍ଥଳରେ ଜନ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଶ୍ବାସକ୍ରିୟା ମାଧ୍ୟମରେ ବ୍ୟାପୁଥିବା ରୋଗକୁ ମୁକାବିଲା କରିବାକୁ ପଦକ୍ଷେପ ନିଆଯାଉ। କୋଭିଡ-୧୯ ପାଇଁ ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ସମସ୍ତ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାସ୍ତରରରେ ନିୟମିତ ବ୍ୟବଧାନରେ ଇନଫ୍ଲୁଏନଞ୍ଜା ଲାଇକ ଇଲନେସ ILI ଏବଂ ସିଭିୟର ଆକ୍ୟୁଟ ରେସପିରୋଟୋରୀ ଇଲନେସ- SARI ମାଧ୍ୟମରେ ଟେଷ୍ଟିଂ କରିବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର। ଏହା ଦ୍ବାରା କେସକୁ ଶୀଘ୍ର ଚିହ୍ନଟ କରାଯାଇପାରିବ।

କୋଭିଡ ୧୯ ଟେଷ୍ଟିଂ ଗାଇଡଲାଇନ ଅନୁସାରେ ଜିଲ୍ଲାସ୍ତରରେ ଯଥେଷ୍ଟ ଅଧିକ RTPCR ଏବଂ ଆଣ୍ଟିଜେନ ଟେଷ୍ଟିଂ ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ପଜିଟିଭ କେସର ଜିନୋମ ସିକ୍ୟୁଏନସିଂ କରିବାକୁ ନିର୍ଦ୍ଦେଶ ରହିଛି। କୋଭିଡ ୧୯ ମୁକାବିଲା ନେଇ ଲୋକଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.