Below header

ରାଜ୍ୟରେ କୋଭିଡ ଆକ୍ରାନ୍ତ ସଂଖ୍ୟା ୧୪କୁ ବୃଦ୍ଧି; ଥଣ୍ଡା, ଜ୍ୱର, କାଶ ଲାଗି ରହୁଥିବା ବ୍ୟକ୍ତି ଘରେ ରୁହନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଆଜି ଆଉ ଜଣେ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ସୂଚନା ମିଳିଛି । ବର୍ତମାନ ରାଜ୍ୟରେ ସମୁଦାୟ ୧୩ ଟି ଆକ୍ଟିଭ କେଶ ଅଛି।

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ ଆଜି ଆଉ ଜଣେ କୋଭିଡ ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ୧୪ ସଂକ୍ରମିତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ୍ ରହିଛି ୧୩ । କରୋନା କଡ଼ ଲେଉଟାଇବା ପରେ ବୟସ୍କ ଓ ବହୁବିଧ ରୋଗାକ୍ରାନ୍ତଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ଅନ୍ୟପଟେ ନୂଆବର୍ଷ ଆସୁଥିବାରୁ ବାହାରକୁ ନଯାଇ ଘରେ ରହି ଜିରୋ ନାଇଟ୍ ସେଲିବ୍ରେସନ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଯେଉଁମାନଙଙ୍କୁ ଥଣ୍ଡା, ଜ୍ୱର, କାଶ ରହୁଛି, ସେମାନେ ଘରେ ରହିବାକୁ କୁହାଯାଇଛି । ସେପେଟ କୋଭିଡ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି । କେମିତି ପ୍ରସ୍ତୁତ ରହିବେ, ସେଥିପାଇଁ ଏସଓପି ମଧ୍ୟ ଜାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.