କିସ୍‌ର ନୂଆ ସାଟେଲାଇଟ୍‌ କ୍ୟାମ୍ପସ, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତାକାଲି ମୟୂରଭଞ୍ଜ ଜିଲ୍ଲାରେ ଉଦ୍‌ଘାଟିତ ହେବ କିସ୍‌-ଭୁବନେଶ୍ୱରର ଏକ ଶାଖା। ବାରିବଦା ନିକଟ ବାଙ୍କିଶୋଳାଠାରେ ଆଦାନୀ କିସ୍‌ ଆବାସିକ ବିଦ୍ୟାଳୟକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ, ଓଡ଼ିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି, ଆଧାନୀ ଫାଉଣ୍ଡେସନର ଚେୟାରପର୍ସନ ଡ. ପ୍ରୀତି ଆଦାନୀ, ଆଦାନୀ ପୋର୍ଟସ ଏବଂ ଏସ୍‌ଇଜେଡ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତତା ଆଦନୀ ଏୟାରପୋର୍ଟସ ହୋଲଡିଂ ଲିମିଟେଡ୍‌ର ନିର୍ଦ୍ଦେଶର କରଣ କୌଦମ ଆଦାନୀ, ମୟୂରଭଂଜ ସାଂସଦ ବିଶ୍ୱେଶ୍ୱର ଟୁଡୁ, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ଏବଂ ବିରାପଦା ବିଧାୟକ ପ୍ରକାଶ ସୋରେନ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେବେ। କିସ୍‌ ବର୍ତ୍ତମାନ ବିଶ୍ୱର ସର୍ବ ବୃହତ ଜନଜାତି ଅନୁଷ୍ଠାନ ଓ ପ୍ରତମ ଜନଜାତି ବିଶ୍ୱ ବିଦ୍ୟାଳୟରେ ପରିଣତ ହୋଇ ପାରିଛି। ବର୍ତ୍ତମାନ କିସ୍‌ ଭୁବନେଶ୍ୱରରେ ୩୦ ହଜାର ଜନଜାତି ଛାତ୍ରଛାତ୍ରୀ ପ୍ରଥମରୁ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ବେଳେ ୨୦ ହଜାର ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି

ସଂପୂର୍ଣ୍ଣ ସବୁଜ ପରିବେଶ ଭିତରେ କିସ୍‌ର ନୂଆ ସାଟେଲାଇଟ୍‌ କ୍ୟାମ୍ପସ। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମରେ ବାରିପଦାରେ ତିଆରି ହୋଇଛି ଏହି ଆଦାନୀ କିସ୍‌ ଆବାସିକ ବିଦ୍ୟାଳୟ। ୪୦ ଏକର ଜାଗାରେ ସମ୍ପୂର୍ଣ୍ଣ ଆଧୁନିକ ଶୈଳୀରେ ନିର୍ମିତ ହୋଇଛି ଏହି କ୍ୟାମ୍ପସ। ଏଠାରେ ପାଠ ପଢିବେ ୧୫ଶହ ଆଦିବାସୀ ଛାତ୍ରଛାତ୍ରୀ। ରହିବା ଖାଇବା ସଂପୂର୍ଣ୍ଣ ମାଗଣା।

ଏହା ଏକ ଇକୋ କ୍ୟାମ୍ପସ। ଅତ୍ୟାଧୁନିକ କ୍ଲାସରୁମ୍‌। ସଂପୂର୍ଣ୍ଣ ୱାଇଫାଇ। ଆଦାନୀ ଫାଉଣ୍ଡେସନ ସହଯୋଗରେ ତିଆରି ହୋଇଛି ଆଦାନୀ କିସ୍‌ ଆବାସିକ ବିଦ୍ୟାଳୟ। ଖର୍ଚ୍ଚ ହୋଇଛି ୬୦ କୋଟି ଟଙ୍କା। ଏହାର ଆର୍କିଟେକ୍‌ଚର ପ୍ରଫେସର ଏସ୍‌ ଏସ ରୟ।

ଏହି କ୍ୟାମ୍ପସକୁ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଉପସ୍ଥିତ ରହିବେ ଆଦାନୀ ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନୀ, ଆଦାନୀ ଫାଉଣ୍ଡେସନର ଅଧ୍ୟକ୍ଷା ପ୍ରୀତି ଆଦାନୀଙ୍କ ସହ ସ୍ଥାନୀୟ ବିଧାୟକ ଓ ସାଂସଦ। ଜମ୍ମୁ ଓ କଶ୍ମୀରର ଲେପ୍ଟେନାଣ୍ଟ ଗଭର୍ଣ୍ଣର ଗିରୀଶ ମୁର୍ମୁ ମଧ୍ୟ ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ରହିବେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦେଉଛନ୍ତି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ଏ ଦିଗରେ ବହୁ ଦିନରୁ ଉଦ୍ୟମ କରି ଆସୁଛନ୍ତି। ଆଦାନୀ କିସ୍‌ ଆବାସିକ ବିଦ୍ୟାଳୟ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.