Below header

ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ନେଲେ ଏସ୍‌. ସୁଶ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର କମିଶନରେଟ ପୋଲିସରେ ନୂଆ ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଏସ୍‌. ସୁଶ୍ରୀ । ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ରାଫିକ ଡିସିପି କହିଛନ୍ତି କି ପ୍ରଥମେ ଏଠାକାର ସମସ୍ୟାଗୁଡ଼ିକ ବୁଝିବି ଏବଂ ସେହି ଅନୁସାରେ ସମାଧାନର ବାଟ ଖୋଜିବି ।

ଆହୁରି ମଧ୍ୟ ପରିସ୍ଥିତି ଦେଖି ସିପିଙ୍କ ନିର୍ଦ୍ଦେଶ କ୍ରମେ ସହରର ସ୍ଥିତିରେ ସୁଧାର ଆଣିବି ବୋଲି ସେ କହିଛନ୍ତି । ତଥାପି ଟ୍ରାଫିକ୍‌କୁ ନେଇ ସହରବାସୀଙ୍କ ମନରେ ଥିବା ଦ୍ୱନ୍ଦ୍ୱ ଏବଂ ବିଚଳିତ ମନୋଭାବକୁ ଦୂର କରିବା ହେବ ବଡ଼ ଦାୟିତ୍ୱ । ଏହା ସହିତ ଦୁର୍ଘଟଣାର ହାର ରୋକିବା, ଭିଭି ଆଇପିଙ୍କ ଗସ୍ତ ବେଳେ ଟ୍ରାଫିକ ବ୍ୟବସ୍ଥା, କାରକେଡ୍‌ ନିୟନ୍ତ୍ରଣ ଭଳି ଗୁରୁ ଦାୟିତ୍ୱ ରହିବ ଟ୍ରାଫିକ ଡିସିପିଙ୍କ କାନ୍ଧରେ। ଆଉ ଦୈନିକ ଟ୍ରାଫିକ୍‌ ନିୟନ୍ତ୍ରଣ, ଅମାନିଆଙ୍କୁ ସାବାଡ୍‌ କରିବା ଏବଂ ଆଗକୁ ଆସୁଥିବା କୋଭିଡ୍‌ କଟକଣାକୁ ପାଳନ କରିବା ହେବ ଏହି ନୂଆ ଟ୍ରାଫିକ୍‌ ଡିସିପିଙ୍କ ପାଇଁ ଚ୍ୟାଲେଞ୍ଜ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.