ସଂକ୍ରମିତ ହେଲେ କପିଲ ଶର୍ମା ଶୋ’ ଫେମ୍‌ ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ

ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ଶୋ’ ସମସ୍ତଙ୍କୁ ହସାଇଥାଏ । କିନ୍ତୁ ଏହି ସମୟରେ କପିଲ ଶର୍ମା ଟେନସନରେ ଅଛନ୍ତି। ଶୋ’ରେ କପିଲଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ କରୋନା ଭାଇରସର ଶିକାର ହୋଇଛନ୍ତି। ସୋମୋନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଏ ବିଷୟରେ ସୂଚନା ଦେଇଛନ୍ତି।

ସୋମୋନା ସୋସିଆଲ ମିଡିଆରେ ତାଙ୍କ କରୋନା ପଜିଟିଭ୍ ଥିବା ସୂଚନା ସହିତ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ମଧ୍ୟ ଦେଇଛନ୍ତି। ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏ ବିଷୟରେ କହିଛନ୍ତି ଯେ- ତାଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ସେ ନିଜକୁ ଘରେ ଆଇସୋଲେଟ୍‌ କରିଛନ୍ତି। ତାଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସେମାନଙ୍କୁ ସେ କରୋନା ଟେଷ୍ଟ କରାଇବା ପାଇଁ ଅନୁରୋଧ କରିଛନ୍ତି।

17fb

ସୁମୋନା ଚକ୍ରବର୍ତ୍ତୀ ଜଣେ କମେଡିଆନ୍‌ ହେବା ସହ ସୋଶାଲ ମିଡିଆରେ ମଧ୍ୟ ବେଶ୍‌ ଆକ୍ଟିଭ। ତାଙ୍କର ସୋଶାଲ ମିଡିଆରେ ଏକ ମିଲିଅନ୍‌ରୁ ଅଧିକ ପଲୋର୍ସ ଅଛନ୍ତି। ତାଙ୍କୁ ‘ଦ କପିଲ ଶର୍ମା’ ଶୋ’ ଏବଂ ‘ବଡେ ଅଛେ ଲଗ୍‌ତେ ହେଁ’ରୁ ପପୁଲାରି ମିଳିଛି। ସେ ନିଜ ଦମ୍‌ଦାର କମେଡି ବଳରେ ଫ୍ୟାନ୍‌ମାନଙ୍କ ହୃଦୟରେ ରାଜ କରନ୍ତି।

ସୁମୋନାଙ୍କ ପୂର୍ବରୁ ଅନେକ ସେଲେବ୍ରିଟି ମଧ୍ୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଏକତା କପୁର, ପ୍ରେମ ଚୋପ୍ରା ଏବଂ ତାଙ୍କ ପତ୍ନୀ, ଅର୍ଜୁନ କପୁର ଏବଂ ତାଙ୍କ ଭଉଣୀ ଅଂଶୁଲା କପୁର, ରିଆ କପୁର ଓ ତାଙ୍କ ସ୍ୱାମୀ କରଣ ବୁଲାନି, ଦ୍ରଷ୍ଟି ଧାମୀ, ଡେଲନାଜ ଇରାନୀ, କରୀନା କପୁର ଓ ଅମୃତା ଅରୋରା ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି।

You might also like