Below header

ସମଲିଙ୍ଗି ସମ୍ପର୍କରୁ ସାଙ୍ଗର ଗୁପ୍ତାଙ୍ଗ କାଟିବା ଘଟଣା, ସୋସିଆଲ ମିଡିଆ ନାରୀ ବେଶ ହୋଇ ଅନ୍ୟମାନଙ୍କୁ ଫସାଉଥିଲା ଅଭିଯୁକ୍ତ ଅକ୍ଷୟ

ଅଭିଯୁକ୍ତ ଅକ୍ଷୟ ଏବଂ ପୀଡିତ ଭାଗବତ ଏବେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଦୁହେଁ ସୁସ୍ଥ ହେବା ପରେ ସତ୍ୟ ଜଣାପଡିବା ନେଇ ସୂଚନା ଦେଇଛି ପୋଲିସ । ଭାଗବତ ବିବାହିତ ଥିବା ବେଳେ ଅକ୍ଷୟ ଅବିବାହିତ ଥିଲା ।

ରାଜନଗର(କେନ୍ୟୁଜ୍): ସମଲିଙ୍ଗି ସମ୍ପର୍କରୁ ସାଙ୍ଗର ଗୁପ୍ତାଙ୍ଗ କାଟିବା ଘଟଣାରେ ସମ୍ନାକୁ ଆସୁଛି ନୂଆ ଟ୍ଵିଷ୍ଟ । ଭାଇରାଲ ହେବାରେ ଲାଗିଛି ଅଭିଯୁକ୍ତ ଅକ୍ଷୟର ନାରୀ ବେଶ ଫଟୋ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ପେଣ୍ଠ ବେଳାଭୂମିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଦୁଇ ବନ୍ଧୁ ବେଳାଭୂମି ବୁଲିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଗୁରୁତର ଯୁବକ ବିଶ୍ରାମ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଭୁଜାଲିରେ ତାଙ୍କ ଗୁପ୍ତାଙ୍ଗକୁ ହାଣି ଫେରାର ହୋଇଯାଇଥିଲା ଅକ୍ଷୟ ।

ପୋଲିସ ଧରିବା ଆଗରୁ ବିଷ ଖାଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା ଅଭିଯୁକ୍ତ । ଅଭିଯୁକ୍ତ ଅକ୍ଷୟ ଏବଂ ପୀଡିତ ଭାଗବତ ଏବେ ମେଡିକାଲରେ ଚିକିତ୍ସାଧିନ ଅଛନ୍ତି । ଦୁହେଁ ସୁସ୍ଥ ହେବା ପରେ ସତ୍ୟ ଜଣାପଡିବା ନେଇ ସୂଚନା ଦେଇଛି ପୋଲିସ । ଭାଗବତ ବିବାହିତ ଥିବା ବେଳେ ଅକ୍ଷୟ ଅବିବାହିତ ଥିଲା । ଏପଟେ ଅଭିଯୁକ୍ତ ଅକ୍ଷୟ ବିଭିନ୍ନ ସମୟରେ ଟଙ୍କା ମାଗୁଥିବା ଭାଗବତଙ୍କ ପରିବାର ଦାବି କରିଛନ୍ତି । ସେହିପରି ସୋସିଆଲ ମିଡିଆ ଓ ଫେସବୁକରେ ନାରୀ ବେଶ ହୋଇ ଅନ୍ୟମାନଙ୍କୁ ଫସାଉଥିଲା । ଅନ୍ୟମାନଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.