ଶରତ ମରିନି ବଞ୍ଚିଛି: ମିଛରେ ନିଜକୁ ମାରି କରୁଥିଲା ଅଭିନୟ, ଏବେ ବାନ୍ଧିଲା ପୋଲିସ୍‌

ମୋଡ଼ ନେଇଛି ଏହି ଦାଦନ ଶ୍ରମିକ ମୃତ୍ୟୁ ଘଟଣା। ଗତ ୬/୦୩/୨୦୨୩ରେ ଅଡବା ଥାନା କଟମା ପଞ୍ଚାୟତ ଅନ୍ତର୍ଗତ ବାରିଆଗାଁର ତାମିଲନାଡୁ ରେ କାର୍ଯ୍ୟରତ ଦାଦନ ଶ୍ରମିକ ଶରତ ପରିଛାଙ୍କୁ ହତ୍ୟା କରାଯାଇଥିବା ନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶରତଙ୍କ ପରିବାରବର୍ଗ। ହେଲେ ସତ କଥାଟି ହେଲା ଶରତ ମରିନି ବଞ୍ଚିଛି।

ମୋହନା(କେନ୍ୟୁଜ୍): ଗଜପତି ମୋହନା ଅଞ୍ଚଳର ଜଣେ ଦାଦନ ଶ୍ରମିକ ଙ୍କୁ ତାମିଲନାଡୁ ରେ ହତ୍ୟା କରାଯାଇଥିବା ଖବର ଆସିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଦାଣ୍ଡ। ସମ୍ପୃକ୍ତ ଶ୍ରମିକଙ୍କୁ ମାଡ଼ ମାରିବା ସମୟରେ ସମ୍ପର୍କୀୟଙ୍କୁ ଭିଡିଓ କଲ୍ କରି ଦେଖାଯାଇଥିଲା । ତାପରେ ଶ୍ରମିକଙ୍କୁ ଆହୁରି ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ମୃତ ଶ୍ରମିକ ଙ୍କ ପରିବାର ବର୍ଗ । ଏଭିଳି ଅଭିଯୋଗ ଆସିଥିଲା ଗଜପତି ଅଡ଼ବା ଥାନା ବାରିଆଗାଁରୁ ।

ହେଲେ ଏବେ ଭିନ୍ନ ମୋଡ଼ ନେଇଛି ଏହି ଦାଦନ ଶ୍ରମିକ ମୃତ୍ୟୁ ଘଟଣା। ଗତ ୬/୦୩/୨୦୨୩ରେ ଅଡବା ଥାନା କଟମା ପଞ୍ଚାୟତ ଅନ୍ତର୍ଗତ ବାରିଆଗାଁର ତାମିଲନାଡୁ ରେ କାର୍ଯ୍ୟରତ ଦାଦନ ଶ୍ରମିକ ଶରତ ପରିଛାଙ୍କୁ ହତ୍ୟା କରାଯାଇଥିବା ନେଇ ଅଡବା ଥାନାରେ ଲିଖିତ ଅଭିଯୋଗ କରିଥିଲେ ଶରତଙ୍କ ପରିବାରବର୍ଗ। ହେଲେ ସତ କଥାଟି ହେଲା ଶରତ ମରିନି ବଞ୍ଚିଛି। ଚାଲବାଜ୍ ଶରତର ସବୁ ମିଛ ଧରାପଡିଯାଇଛି। ନିଜକୁ ନିଜ ମାରି ଅଭିନୟ କରୁଥିଲା ଶରତ। ଭୁଆଁ ବୁଲାଉଥିଲା ସମସ୍ତଙ୍କୁ।

ସୂଚନା ଥାଉକି, ଶରତର ମୃତ୍ୟୁ ହୋଇଥିବା ଅଭିଯୋଗ ପାଇବାପରେ, ପୋଲିସ ପକ୍ଷରୁ ତଦନ୍ତକୁ ଜୋରଜାର କରାଯାଇଥିଲା। ତେବେ ଘଟଣାର ୯ ଦିନ ପରେ ମୁମ୍ବାଇରୁ ଶରତକୁ ସୁରକ୍ଷିତ ଏବଂ ଜୀବିତ ଉଦ୍ଧାର କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଗଜପତି SP ଏସ୍. ସ୍ଵାତୀ କୁମାର। ବର୍ତ୍ତମାନ ଘଟଣା ସମ୍ବେଦନଶୀଳ ରହିଛି ଏବଂ ଶରତ ନାରେ ଅଡବା ଥାନାରେ ୪୨୦,୪୬୮,୪୭୧,୩୮୪ ଭଳି ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିଛି ପୋଲିସ୍ । ମୋହନା କୋର୍ଟରେ ହାଜର କରାଯିବା ପରେ ତାକୁ ବର୍ତ୍ତମାନ ଆର୍ ଉଦୟଗିରି ସବ୍ ଜେଲକୁ ପଠାଇ ଦିଆଯାଇଛି।

ତେବେ ଆର୍ ଉଦୟଗିରି ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ସୂଚନା ମୁତାବକ, ଶରତ ନିଜ ମୃତ୍ୟୁର ଗପ ନିଜେ ରଚିଥିଲା। ଏହା ପଛରେ ଥିଲା ଅନେକ କାରଣ। ଗାଁର ଅନେକ ଲୋକଙ୍କଠାରୁ ସେ ଧାର କରଜ କରିଥିଲା। ଯାହାକୁ ନସୁଝୁବା ପାଇଁ ସେ କରିଥିଲା ଏଭଳି ଅଭନୟ। ଖାଲି ସେତିକି ନୁହେଁ ଅଜଣା କୋଉ ଯୁବତୀଙ୍କୁ ଏକ ତରଫା ଭଲବି ପାଉଥିଲା। ଯାହାକୁ ନେଇ ନିଜ ସ୍ତ୍ରୀ ସହିତ ସବୁଦିନ ଲାଗୁଥିଲା ମନାନ୍ତର।

ନିଜେ ଅରଜି ଥିବା ସମସ୍ଯାରୁ ମୁକୁବି ପାଇଁ ଶରତ ଆରମ୍ଭ କରିଥିଲା ମିଛ ଅଭିନୟ। ଭିଡିଓ କଲ୍ ଠାରୁ ଆରମ୍ଭ କରି, ମୃତଦେହ ଗାଁକୁ ପଠାଇବା ପାଇଁ ନିଜ ଘର ଲୋକଙ୍କୁ ଟଙ୍କା ମାଗିବା, ନିଜ ମୃତଦେହର ଫଟୋ ନିଜେ ଉଠାଇ ପଠାଇବା ସବୁ କିଛି ନିଜେ ହିଁ କରିଥିଲା ଶରତ।ତେବେ ନିଜେ ରଚିଥିବା ମିଛ ଜାଲରେ ଏବେ ଫସିଯାଇଛି ଶରତ। ତା ସବୁ ମିଛର ପର୍ଦାଫାଶ୍ ହୋଇଛି। ଏବେ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବାବେଳେ ଶରତକୁ ପଚରାଉଚରା କରୁଛି ପୋଲିସ୍।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.