ଚିକାଗୋ ଏୟାରପୋର୍ଟରେ ଫସିଛନ୍ତି ୩୦୦ ଭାରତୀୟ ଯାତ୍ରୀ, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୨ ଦିନ ହେଲାଣି ବିମାନ ଚଳାଚଳ ବନ୍ଦ
ଚିକାଗୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ରଦ୍ଦ ହେବା ଯୋଗୁଁ ୩୦୦ରୁ ଅଧିକ ଯାତ୍ରୀ ଫସିଛନ୍ତି । ଚିକାଗୋ ଏବଂ ବେକୁବର ଉଡାଣର ବିମାନ ଯାନ୍ତ୍ରିକ ତ୍ରୁଟି ପାଇଁ ଗତ ମଙ୍ଗଳବାର ଠାରୁ ବିମାନ ଚଳାଚଳ ବନ୍ଦ ରହିଛି। ଯେଉଁଥି ପାଇଁ ଯାତ୍ରୀ ସମସ୍ୟା ଭୋଗୁଛନ୍ତି ।

ଚିକାଗୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ ରଦ୍ଦ ହେବା ଯୋଗୁଁ ୩୦୦ରୁ ଅଧିକ ଯାତ୍ରୀ ଫସିଛନ୍ତି । ଚିକାଗୋ ଏବଂ ବେକୁବର ଉଡାଣର ବିମାନ ଯାନ୍ତ୍ରିକ ତ୍ରୁଟି ପାଇଁ ଗତ ମଙ୍ଗଳବାର ଠାରୁ ବିମାନ ଚଳାଚଳ ବନ୍ଦ ରହିଛି। ଯେଉଁଥି ପାଇଁ ଯାତ୍ରୀ ସମସ୍ୟା ଭୋଗୁଛନ୍ତି । ଯାତ୍ରୀ ମାନେ ନିରାଶ ହୋଇ ଅଭିଯୋଗ କରିବା ପରେ ସେମାନଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନଥିଲା । ଚିକାଗୋରୁ ଦିଲ୍ଲୀ ଆସୁଥିବା ଏଆଇ ୧୨୬ ବିମାନ ୧୪ ମାର୍ଚ୍ଚ ୧.୩୦ରେ ଉଡାଣ ଭରିବାର ଥିଲା। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିମାନ ଉଡାଣ ଭରିନଥିଲା। ଫଳରେ ଯାତ୍ରୀ ହନ୍ତସନ୍ତ ହୋଇଥିଲେ ।
ବିମାନର ଜଣେ ପ୍ରବକ୍ତା ଏନେଇ କହିଛନ୍ତି ଯେ, ପ୍ରଭାବିତ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି । ସେମାନଙ୍କୁ ସମସ୍ତ ପ୍ରକାର ଖାଦ୍ୟ ଦିଆଯାଉଛି । ଯାତ୍ରୀମାନଙ୍କ ଏହି ଅସୁବିଧା ପାଇଁ ଆମେ ଦୁଃଖିତ ।
अमेरिका के शिकागो एयरपोर्ट पर एअर इंडिया के 300 यात्री फंसे, टेक्निकल इश्यू की वजह से फ्लाइट समय पर उड़ान नहीं भर सकी; पैसेंजर का आरोप- एयर इंडिया नहीं दे रहा जवाबhttps://t.co/hEakhT3wz7#USA #Chicago #AirIndia
— Dainik Bhaskar (@DainikBhaskar) March 16, 2023
ପ୍ରଭାବିତ ଯାତ୍ରୀ ମାନଙ୍କୁ ଅସୁବିଧା ନ ହେବା ପାଇଁ ସେମାନଙ୍କ ଧ୍ୟାନ ରଖାଯାଇଛି । ତାଙ୍କୁ ଅନ୍ୟାନ୍ୟ ଉଡାଣ ଜରିଆରେ ଘରକୁ ଫେରାଯାଉଛି । ଏହା ବ୍ୟତୀତ ପ୍ୟାରିସରେ ଦିଲ୍ଲୀ ଆସୁଥିବା ଏକ ବିମାନକୁ ବନ୍ଦ କରାଯାଇଛି ।
ତେବେ ୨୦୨୨ରେ ବୈଷୟିକ ତ୍ରୁଟି ଯୋଗୁଁ ପାଖାପାଖି ୧,୧୭୧ ଉଡାଣ ରଦ୍ଦ କରାଯାଇଥିଲା । ଏହାଛଡା ୨୦୨୧ରେ ୯୩୧, ୨୦୨୦ରେ ୧,୪୮୧ ଉଡାଣ ରଦ୍ଦ ହୋଇଥିଲା ।