Below header

ଭୁବନେଶ୍ୱର: ଯୁବତୀଙ୍କ ଉପରେ ଗୁଳିମାଡ଼ ଘଟଣାରେ ପୁଣି ସାମନାକୁ ଆସିଲା ନୂଆ ଟ୍ଵିଷ୍ଟ, ଫାୟାରିଂ ପଛରେ ରହିଛି ଏକ ତରଫା ପ୍ରେମ

କେନ୍ୟୁଜ୍(ବ୍ୟୁରୋ): ଭୁବନେଶ୍ୱରରେ ଯୁବତୀଙ୍କ ଉପରେ ଗୁଳିମାଡ଼ ଘଟଣାରେ ପୁଣି ସାମନାକୁ ଆସିଲା ନୂଆ ଟ୍ଵିଷ୍ଟ । ଫାୟାରିଂ ପଛରେ ରହିଛି ଏକ ତରଫା ପ୍ରେମ । ସୁପାରି କିଲର ଦ୍ୱାରା ଗୁଳିମାଡ କରାଯାଇଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା । ଯୁବତୀଙ୍କ ବାପାଙ୍କ ଅଭିଯୋଗ ପରେ ମୁଖ୍ୟ ଖଳନାୟକ କୁହାଯାଉଥିବା ଟକୁକୁ ଗିରଫ କରାଯାଇଛି । ବାଲେଶ୍ୱରରେ ତାର ଅଛି ଏକ ଟାଟୁ ଦୋକାନ । ସେ ବିବାହିତ ଥିବା ବେଳେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ । ବିଭିନ୍ନ ସମୟରେ ଟକୁ ଝିଅକୁ ହଇରାଣ କରୁଥିଲା ଓ ପ୍ରେମ ନକଲେ ଜୀବନରୁ ମାରି ଦେବାକୁ ଧମକ ଦେଉଥିଲା । ଭାଲେଣ୍ଟାଇନ୍‌ ସପ୍ତାହରେ ଗୁଣ୍ଡା ଲଗାଇ ଗୁଳିମାଡ଼ କରିଥିବା ଅଭିଯୋଗ କରିଥିଲେ ଯୁବତୀଙ୍କ ବାପା ।

firing in bbsrପୋଲିସର କହିବା ଅନୁସାରେ ଘଟଣା ଦିନ ଘର ଭିତରେ ଟକୁ ସହ ଆଶିଷ ଥିଲା । ଆଶିଷ ଯୁବତୀଙ୍କ ଉପରେ ଗୁଳି ଚଳାଇଥିବା ବେଳେ ମେଡିକାଲ ପାଖକୁ ସାଙ୍ଗ ରାଜେଶକୁ ଡାକି ମାଉଜର ଦେଖିଥିବା କହିଛି ପୋଲିସ । ରାଜେଶ ଗିରଫ ହୋଇଥିବା ବେଳେ ମାଉଜର ଏଯାଏଁ ଜବତ ହୋଇନି । ମାଉଜରକୁ ଜବତ ପାଇଁ କମିଶନରେଟ ପୋଲିସର ଗୋଟିଏ ଟିମ୍‌ ନୟାଗଡ଼ ଯାଇଥିବା ଜଣାପଡ଼ିଛି । ପ୍ରତିଦିନ ଏହି ଗୁଳିମାଡ଼ ଘଟଣାରେ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ସେହିପରି ଅଭିଯୁକ୍ତଙ୍କ କଥାରେ ବି ରହୁନି ତାଳମେଳ । ଯୁବତୀ ସୁସ୍ଥ ହେବା ପରେ ତାଙ୍କ ବୟାନକୁ ଅପେକ୍ଷା କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.