Below header

କରୋନା ଭୟ: ପୋଷା ଜୀବଙ୍କୁ ବଞ୍ଚାଇବା ପାଇଁ ଚୀନବାସୀ କରୁଛନ୍ତି ଏମିତି କାମ, ସୋସିଆଲ ମିଡିଆରେ ବୁଲୁଛି ଫଟୋ

ଚୀନର ବୁହାନରୁ ବ୍ୟାପିଥିବା ଘାତକ କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏପରି କି, WHO ବି ଏହାକୁ ନେଇ ଚିନ୍ତା ପ୍ରକଟ କରିସାରିଛି। ଏବେ ଚୀନର ଲୋକେ ନିଜ ସହ ନିଜ ଗୃହପାଳିତ ପ୍ରାଣୀଙ୍କୁ ମଧ୍ୟ କରୋନାରୁ ବଞ୍ଚାଇବା ପାଇଁ ପ୍ରୟାସ କରୁଛନ୍ତି।

c1

ଏଠାକାର ଲୋକେ ପୋଷା ବିଲେଇଙ୍କୁ ମାସ୍କ ପିନ୍ଧାଇବା ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ଚୀନ ବଜାରରେ ମାସ୍କର ଡିମାଣ୍ଡ ବଢ଼ିଯାଇଛି। ବେଜିଂରେ ମାସ୍କର ସେଲ୍‌ ଏତେ ବଢ଼ିଯାଇଛି ଯେ ଅନ୍‌ଲାଇନରେ ଏହାର ଦାମ୍‌କୁ ବି ବଢ଼ାଇ ଦିଆଯାଇଛି।

ତେବେ WHO ମୁତାବକ, ଏବେ ସେମିତି କିଛି ପ୍ରମାଣ ହସ୍ତଗତ ହୋଇନାହିଁ ଯେ ପୋଷା ପ୍ରାଣୀ ବି କରୋନାରେ ସଂକ୍ରମଣ ହୋଇପାରିବେ। ଏଠାରେ ପୋଷା ପ୍ରାଣୀ ମାସ୍କ ପିନ୍ଧିଥିବାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକେ ନିଜ ପୋଷା ଜୀବଙ୍କ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.